ନବରଙ୍ଗପୁର ଜିଲ୍ଲା O.U.W.J ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଇଁ ପାପଡାହାଣ୍ଡି ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

0 2

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ରେ କାର୍ଯ୍ୟରତ O.U.W.J ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଇଁ ପାପଡାହାଣ୍ଡି ବ୍ଲକ ସଦର ମହକୁମା ସ୍ଥିତ ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘ ର ସଭାପତି ଶ୍ରୀ ବାର୍ଥ ହରିଜନ ଙ୍କ ନେତୃତ୍ୱ ରେ ଆଜିର ବୈଠକ ହୋଇଥିବା ଦେଖିବାକୁ ମିଳିଛି। ଆଜିର ବୈଠକ ରେ ଜିଲ୍ଲା ନେତୃତ୍ୱ ମଣ୍ଡଳୀ ଉପସଭାପତି ଶ୍ରୀ ହିମାଂଶୁ ଶେଖର ବାଘ,ସାଧାରଣ ସମ୍ପାଦକ ଶ୍ରୀ ଅଶୋକ ସାହୁ, ଜିଲ୍ଲା ସଙ୍ଘଠନ ସମ୍ପାଦକ ଶ୍ରୀ ଶେଖର ଖୁରା, କେବିକେ ସଂଯୋଜକ ଶ୍ରୀ ଲାଲୁ କର୍କରା ଉପସ୍ଥିତ ଥିବା ବେଳେ ନବରଙ୍ଗପୁର ଜିଲ୍ଲା ର ଦଶ ଗୋଟି ବ୍ଲକ ରେ କାର୍ଯ୍ୟରତ ସଙ୍ଘ ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଆଜିର ବୈଠକ ରେ ବିଶେଷ ଭାବେ ୨୦୨୪ ବର୍ଷ ର ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ଆଲଚନା କରାଯାଇଥିଲା ସମସ୍ତ ଙ୍କ ସହମତି କ୍ରମେ ଆଗାମୀ ମାସ ରେ ବାର୍ଷିକ ଉତ୍ସବ ନବରଙ୍ଗପୁର ସଦର ମହକୁମା ସ୍ଥିତ ଠାରେ କରିବା ପାଇଁ ନିଷ୍ପତି ନିଆଗଲା। ଏବଂ ଆଗାମୀ ଦିନ ରେ O.U.W.J ସାମ୍ବାଦିକ ସଂଘ ଜିଲ୍ଲା ରେ ସୁଦୃଢ କରି ନିସ୍ଵାର୍ଥ ଭାବେ ଖବର ପ୍ରସାରଣ କରିବା ପାଇଁ ବିଭିନ୍ନ ଆଲୋଚନା କରାଯାଇଥିବା ଦେଖିବାକୁ ମିଳିଛି। ଆଜିର ବୈଠକ ରେ ପାପଡାହାଣ୍ଡି ବ୍ଲକ ଶାଖା ପାଇଁ  ନୂତନ କର୍ମକର୍ତା ଚୟନ କରାଗଲା.ଉପସ୍ଥିତ ସଙ୍ଘ ର ସମସ୍ତ କର୍ମକର୍ତା ଙ୍କ  ସହମତି କ୍ରମେ ଶ୍ରୀ ଗୁରୁ ପ୍ରସାଦ ପଣ୍ଡାଙ୍କୁ ବ୍ଲକ ସଭାପତି ଭାବେ ଚୟନ କରାଗଲା ସେହିପରି ଉପସଭାପତି ଭାବେ ଶ୍ରୀ ତରୁଣ ବିଷୋୟୀ,ସମ୍ପାଦକ ଭାବେ ଶ୍ରୀ ସୁରେଶ ପାଣିଗ୍ରାହୀ , ସହ ସମ୍ପାଦକ ଭାବେ ଶ୍ରୀ ବିନୋଦ ହରିଜନ, କୋଷାଧକ୍ଷ ଭାବେ ଶ୍ରୀ ଦେବି କୁଲଦୀପ ଙ୍କୁ ଚୟନ କରାଗଲା। ଆଜିର ବୈଠକ ରେ ସମ୍ମାନିତ ଅତିଥି ଭାବେ ସକାଳ ଦୈନିକ ଖବର କାଗଜ ର ପାପଡାହାଣ୍ଡି ବ୍ଲକ ପ୍ରତିନିଧି ଓ ତଥା ବରିଷ୍ଟ ସାମ୍ବାଦିକ ଶ୍ରୀ ପ୍ରବୀଣ କୁମାର ଶତନାମୀ ଉପସ୍ଥିତ ରହିଥିଲେ। ଆଜିର ବୈଠକ କୁ ଜିଲ୍ଲା ସଙ୍ଘଠନ ସମ୍ପାଦକ ଶ୍ରୀ ଶେଖର ଖୁରା ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ସଭା ସାଙ୍ଗ ହୋଇଥିଲା.

Leave A Reply

Your email address will not be published.