ବେଦାନ୍ତ କମ୍ପାନୀରୁ ଲକ୍ଷାଧିକ ଟଙ୍କାର ତମ୍ଵା ଚୋରି କରିବା ମହଙ୍ଗା ପଡିଲା,

0

୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମୁନିଗୁଡା ପୋଲିସ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ଦୁଇଦିନ ହେଵ ସଫଳତା ପରେ ସଫଳତା ମିଳି ଚାଲିଛି। ଗୋଟେ ଦିନ ପୁର୍ବରୁ ୫ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଅତି ଚତୁରତା ସହିତ କାବୁ କରି କୋର୍ଟ ଚାଲାଣ କରାଯାଇଥିବା ଵେଳେ ଆଜି ୧୬୪କେଜି ୩୮୦ଗ୍ରାମ ତମ୍ବା ତାର ଜଵତ କରି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଈସି ଶ୍ରୀମତୀ ଶୌଦାମିନି ଵେହେରା ସୂଚନା ଦେଇଛନ୍ତି। ଵିବରଣୀରୁ ପ୍ରକାଶ ଗତକାଲି ସନ୍ଧ୍ୟାରେ ମୁନିଗୁଡା, ଅମ୍ଵାଦଳା, ଲାଞ୍ଜିଗଡ ଅଞ୍ଚଳର ଯୁବକ ଲାଞ୍ଜିଗଡ ସ୍ଥିତ ଵେଦାନ୍ତ କମ୍ପାନୀର ଦାମି ତମ୍ବା ତାର ଚୋରି କରି ବାଇକ୍ ଯୋଗେ ମୁନିଗୁଡାରେ ବିକ୍ରି ପାଇଁ ଆସୁଥିଲେ, କୌଣସି ପ୍ରକାର ଖବର ପାଇ ମୁନିଗୁଡା ପୋଲିସ ଟିମ୍ ଝାମରାଗୁଡା ଗେଟ ନିକଟରେ ଏହି ତମ୍ବା ତାର ଦୁଇ ବସ୍ତା , ଦୁଇଟି ବାଇକ୍ ସମେତ ୪ଜଣଙ୍କୁ କାବୁ କରି ଥାନାକୁ ଆଣିଥିଲେ। ଥାନା କେଶନଂ 31/024 ଓ ଦଫା 379/34b ଆଇପିସି ପ୍ରକାରେ ଅଭିଯୁକ୍ତ 4ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ତଦନ୍ତ ଜାରିରଖି ଏହି ରାକେଟର ଚେର ଖୋଲିବାକୁ ଆଇଆଇସି ଶ୍ରୀମତୀ ଶୌଦାମିନି ଵେହେରା ଉଦ୍ୟମ ଜାରି ରଖିଥିବା ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.