ବିଭିନ୍ନ ଦାବୀ ନେଇ ଜେଏମଏମ ପକ୍ଷରୁ ବିକ୍ଷୋଭ 

0

 ବାରିପଦା (ଦିଲ୍ଲୀପ ମହାନ୍ତି) : ଆଜି ଝାଡଖଣ୍ଡ ମୁକ୍ତି ମୋର୍ଛା ପକ୍ଷରୁ ବିଭିନ୍ନ ଦାବୀ କୁ ନେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଅଧିକ୍ଷକ ଙ୍କୁ ଜିଲାପାଳ ଙ୍କ ଦ୍ୱାରା କରାଯାଇଥିବା ଦୂର୍ବବ୍ୟବହାର ଏବଂ ରାଇରଙ୍ଗପୁର ଆଇଟିଡିଏ ତରଫରୁ ବିଭିନ୍ନ ଆଦିବାସୀ ଛାତ୍ରୀ ନିବାସରେ ଚାତ୍ରୀ ମାନଙ୍କର  ସମସ୍ୟାର ସମାଧାନ କରାନଯିବା ପ୍ରତିବାଦରେ ଜେଜଏମଏମ ପକ୍ଷରୁ ଆଜି ଜିଲାପାଳ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି । ଜେଏମଏମ ରାଜ୍ୟ ସଂପାଦକ କଲିଙ୍ଗ କେଶରୀ ଜେନା ଙ୍କ ନେତୃତ୍ୱରେ ଆଜିକାର ଏହି ବିକ୍ଷୋଭ ସମାବେଶରେ ପୁର୍ବତନ ବିଧାୟକ ବାଙ୍ଗିରିପୋଷି ଅଜେନ ମୁର୍ମୁ , ସୁନେ୍ଦାର ମୋହନ ସିଂ , ହରେକୃଷ୍ନ ମଣ୍ଡଳ ,ସୁଦାମ ହେମ୍ବ୍ରମ , ସୁନୀଲ ମାଝି , ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ,ପୁର୍ବତନ ସାଂସଦ  ଲକ୍ଷ୍ମଣ  ଟୁଡୁ , ଗୋବିନ୍ଦ ସୋରେନ , ରାମଚନ୍ଦ୍ର ମୁର୍ମୁ , ଅଞନି ସୋରେନ , ପ୍ରଭୁଦାନ ମାରାଣ୍ଡି , ପିଣ୍ଟୁ ମାଇତି , ମଙ୍ଗଲ ସିଂ ଟୁଡୁ ,କ୍ଷୀରମଣୀ ଟୁଡୁ , ଗୋବିନ୍ଦ ସୋରାନ  ପ୍ରମୁଖ ଙ୍କ ସମେତ ଶତାଧିକ ଜଏଏମଏମ କର୍ମୀ ସାମିଲ ଥିଲେ । ପ୍ରାରମ୍ଭରେ ଯୁବ ସଭାପତି ପିଣ୍ଟୁ ମାଇତି ଙ୍କ ନେତୃତ୍ୱରେ ଏକ ବାଇକ ରାଲି ମଧୁବନ ଠାରୁ ବାହାରି ଜିଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା ।

Leave A Reply

Your email address will not be published.