ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା ପରିସ୍ଥିତି ର ସଫଳ ମୁକାବିଲା ପାଇଁ ମୋକ ଡ୍ରିଲ ଅଭ୍ୟାସ.

0

ନବରଙ୍ଗପୁର:୮-୨-୨୪ ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ସଦରମହକୁମା ସ୍ଥିତ ମିଶନ ଶକ୍ତି ସଭାଗୃହରେ  କଟକ ଜିଲ୍ଲା ମୁଣ୍ଡୁଳି ସ୍ଥିତ ଜାତୀୟ ବିପର୍ଯ୍ୟୟ ଉଦ୍ଧାର ସୁରକ୍ଷା ବାହିନୀ (NDRF) ଏବଂ  ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସା ମୁହିକ ଅଭ୍ୟାସ  ଟେବୁଲ ଟପ ଆଲୋଚନା ଚକ୍ର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ  କମାଣ୍ଡେଣ୍ଟ ବର୍ଦ୍ଧମାନ ମିଶ୍ର,ବିକାଶ କୁମାର ଭଗତ, ସୁଶିଲ କୁମାର, ଭି ଏସ ଚଣ୍ଡିଲ,  ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି l ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି କେମିତି ରହିବ ଓ ସର୍ବସାଧାରଣ ରେ ବିପର୍ଯ୍ୟୟ କୁ କିପରି ପ୍ରତିହତ କରିହେବ, ବିପର୍ଯ୍ୟୟ ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ବିପର୍ଯ୍ୟୟ କୁ ହ୍ରାସ କରିବା ପଦ୍ଧତି, ପ୍ରାକ୍ ସୂଚନା ଯଥା ପ୍ରସାରଣ, ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତରିତ, ସମ୍ପୃକ୍ତ ଅଧିକାରୀ ମାନଙ୍କ ଭୂମିକା,  ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା,  ଯନ୍ତ୍ର ଓ ଉପକରଣ ର ବ୍ୟବହାର, ରିଲିଫ ବଣ୍ଟନ ଏବଂ ସଫଳ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ଆଲୋଚନା ଚକ୍ର ପରେ ଆଜି ନବରଙ୍ଗପୁର ସଦର ବ୍ଲକ ଅଗ୍ନିପୁର ପଞ୍ଚାୟତ ସ୍ଥିତ କୁସୁମଝର ଜଳଭଣ୍ଡାର ରେ NDRF ଟିମ୍ ସହଯୋଗ ରେ ସ୍ଥାନୀୟ ଜନସାଧାରଣ ଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରେ ଅନୁଷ୍ଠିତ ଏକ ମକ ଡ୍ରିଲ ରେ ବନ୍ୟା ଭଳି ପରିସ୍ଥିତି ରେ  ନିଜକୁ  ପାଣିରୁ ସୁରକ୍ଷିତ ବଞ୍ଚାଇବା ସହିତ ଅନ୍ୟମାନଙ୍କ ଧନ ଜୀବନ ଗୃହପାଳିତ ପଶୁ ପକ୍ଷୀ ଙ୍କୁ କିପରି ଭାବରେ ସୁରକ୍ଷିତ ଉପାୟରେ ବଞ୍ଚାଇବା ର କୌଶଳ ପ୍ରଦର୍ଶନ କରିଥିଲେ।  ଏହି ମକ ଡ୍ରିଲ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବିନାୟକ ଖାଡଙ୍ଗା, ନବରଙ୍ଗପୁର  ଜିଲ୍ଲା ଜରୁରୀ କାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ,ଅଧିକ୍ଷକ ଯନ୍ତ୍ରୀ ଚିନ୍ମୟୀ ମଲ୍ଲିକ, ନବରଙ୍ଗପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖୋରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡି କେ ଲାକ୍ରା,ନବରଙ୍ଗପୁର ତହସିଲଦାର କୈଳାଶ ତ୍ରିପାଠୀ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ନିର୍ବାହୀ ଯନ୍ତ୍ରୀ TPSODL ସିଭେସ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି କେ ପଟ୍ଟନାୟକ, ଜିଲ୍ଲା ସାମାଜିକ କଲ୍ଯାଣ ଅଧିକାରୀ ଶିବାନୀ ଗୁହା, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ଵାଲାଜୀ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ସହିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଗ୍ନିଶମ ବିଭାଗ ର କର୍ମକର୍ତ୍ତା, ପ୍ରାଣୀ ଧନ ଚିକିତ୍ସା ଅଧିକାରୀ,  ଅଙ୍ଗନବାଡି ଓ ମିଶନ ଶକ୍ତି ମହିଳା ସଦସ୍ୟା ବୃନ୍ଦ, ସରପଞ୍ଚ  ଅଗ୍ନିପୁର ମହିଳା ମହାବିଦ୍ୟାଳୟର  ଛାତ୍ରୀ, ସହିତ ଅଧ୍ୟାପକ ଏନ ଏମ ଖୋସ୍ଲା , ସ୍ଥାନୀୟ ସ୍ବେଚ୍ଛାସେବୀ, ସ୍ଥାନୀୟ ଜନସାଧାରଣ ସହିତ  ପ୍ରମୁଖ ଯୋଗ ଦେଇ ଥିଲେ।

Leave A Reply

Your email address will not be published.