ବାଲୁଗାଁ (ସେକ କୌସର ): ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତିନି ଦିନ ଧରି ଆୟୋଜିତ ହୋଇଥିବା ଭାଷା ସାହିତ୍ୟ ପ୍ରତିଯୋଗିତାର ଆଜି ଉଦଯାପନ ହେବା ସହ ଅଂଚଳର କବି, ଲେଖକ, ସାହିତ୍ୟିକ ଓ ଭାଷାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାଗୃହରେ ନଗରପାଳିକା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ସମ୍ମାନିତ ଅତିଥି ଭାବେ କାଉନସିଲର ମମତା ପଣ୍ଡା, ଅନିତା ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ଲଷ୍ମୀଧର ସେଠୀ,ବାଲୁଗାଁ କଲେଜ ପ୍ରାକ୍ତନ ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠ ଯୋଗଦେଇ ବାଲୁଗାଁ ଅଂଚଳର ପ୍ରତିଭା ମାନଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନ ପ୍ରଦାନ କରିଥିଲେ।ଏହି ସମ୍ବର୍ଦ୍ଧିତ ସାହିତ୍ୟିକ ମାନଙ୍କ ମଧ୍ୟରେ କବି ଜିତେନ୍ଦ୍ର ବରାଳ, ଭାଷାବିତ ଆଶୁତୋଷ ସାମନ୍ତ ସିଂହାର, କବି ଅମ୍ବିକା ପ୍ରସାଦ ସାମନ୍ତରାୟ, କବୟିତ୍ରୀ ପ୍ରିୟଦର୍ଶିନୀ ମହାରଣା, ଡକ୍ଟର ନମିତା ଦାଶ, ଅଧ୍ୟାପିକା ବିନତି ମଞ୍ଜରୀ ରାଉତ, ଡକ୍ଟର ଜୟନ୍ତୀ ସାମଲ, ଗାଳ୍ପିକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, କବି ଲଷ୍ମୀଧର ସୁବୁଦ୍ଧି, ରମାକାନ୍ତ ନନ୍ଦ, ଜଗଦୀଶ ପ୍ରଧାନ, ତ୍ରିବିକ୍ରମ ପଣ୍ଡା, ରଙ୍କନାଥ ସେଠୀ, କବି ଦିଗମ୍ବର ବିଶ୍ୱାଳ, ପ୍ରସାଦ ପ୍ରଧାନ, ବିଜୟ କୁମାର ନନ୍ଦ,ତ୍ରିଲୋଚନ ବାରିକ, ବିଷ୍ନୁପ୍ରିୟା ବାରିକ, ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ଅସ୍ମିତା ସମ୍ମାନ ଗ୍ରହଣ କରିଥିଲେ।ଏହାପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା, ତର୍କ, ବକ୍ତୃତା, ରଚନା ଓ କଣ୍ଠ ସଂଗୀତ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭା ସଂଚାଳନ କରିଥିଲେ କ୍ରିଷ୍ଣ ମୋହନ ବଳବନ୍ତରାୟ। ଯୁବ ସମାଜସେବୀ ସନ୍ତୋଷ କୁମାର ପାଇକରାୟ ଓ ଏନଏସି ର କର୍ମଚାରୀମାନେ ଏହାକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post