ଆରମ୍ଭ ହୋଇନି , ସରିବ କେବେ

0

ପ୍ରଶାସନିକ ଅବହେଳା ନା ଅପାରଗତା

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ପାଇକମାଲ ରୁ ଝାରବନ୍ଧ ବ୍ଲକ ଡଭା ରାସ୍ତା ର , ଅଞ୍ଚଳ ପାଇଁ ଗମନାଗମନ ସହିତ ବ୍ୟବସାୟିକ ମହତ୍ତ୍ୱ ମଧ୍ୟ ରହିଛି । ଏହି ରାସ୍ତା ରେ ପ୍ରତ୍ୟେକ ଦିନ ପାଇକମାଲ ବ୍ଲକ ର ଅନେକ ଲୋକ ଓ ବ୍ୟବସାୟୀ ପ୍ରତ୍ୟେକ ଦିନ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବସନା ଓ ସରେଇପାଲି କୁ ଯିବା ଆସିବା କରିବା ସହିତ ବ୍ୟବସାୟ ପାଇଁ ଯାଇଥାନ୍ତି । ସେହିଭଳି ଝାରବନ୍ଧ ବ୍ଲକ ର ଅଧିକାଂଶ ଲୋକଙ୍କ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଉପଖଣ୍ଡ ଓ ଜିଲ୍ଲା କୁ ଯିବା ଆସିବା କରିବା ସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଏହି ରାସ୍ତାର ଆବଶ୍ୟକତା ଓ ଗୁରୁତ୍ୱ କୁ ଉପଲବ୍ଧ କରି ରାଜ୍ୟ ସରକାର ଏହି ରାସ୍ତାର ପ୍ରଶସ୍ତିକରଣ ପାଇଁ ବ୍ୟାପକ ପରିମାଣ ର ବ୍ୟୟ ବରାଦ ରେ ଟେଣ୍ଡର ଡାକିଥିଲେ । ମୁଖ୍ୟତଃ ଚାରି ଭାଗ ରେ ବିଭକ୍ତ ଏହି ରାସ୍ତା କାମର ଦୁଇ ଗୋଟି ପ୍ୟାକେଜ ରହିଥିଲା । ପାଇକମାଲ ମୁଖ୍ୟ ଛକ ରୁ ୬୦୦ ମିଟର ଓ ୬ କିଲୋମିଟର ରୁ ୨୨ କିଲୋମିଟର ପର୍ଯ୍ଯନ୍ତ ରହିଥିବା କାମର ଟେଣ୍ଡର ବି କେ ଡ଼ି ଇଂଫ୍ରାକନ୍ସଟ୍ରକ୍ସନ(ପ୍ରା) ଲି. କୁ ପ୍ରଦାନ କରାଯାଇଥିବା ବେଳେ ୬୦୦ ମିଟର ରୁ ୬ କିଲୋମିଟର ଓ ୨୨ କିଲୋମିଟର ରୁ ଓଡିଶା ଶେଷ ସୀମା ପର୍ଯ୍ୟନ୍ତ ରାସ୍ତା କାମ କୁ ନନ୍ଦ କନ୍ସଟ୍ରକ୍ସନ କୁ ପ୍ରଦାନ କରାଯାଇଥିଲା । କାମ ପ୍ରଦାନ କରାଯିବା ପରେ ଏହି କାମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ମଧ୍ୟ ଗତ ୨୦୨୨ ମସିହା ଅକ୍ଟୋବର ୨୯ ତାରିଖ ଦିନ ଶିଳାନ୍ୟାସ କରାଯାଇଥିଲା । ଅର୍ଥାତ ସେହି ଦିନ ରୁ କାମ ଆରମ୍ଭ ହେବାର ଧରା ପଡିଥିଲେ ଯିବ। କିନ୍ତୁ ଅତି ଦୁଃଖ ଓ କ୍ଷୋଭ ର ବିଷୟ ଯେ ତୃଣମୂଳ ସ୍ତରରେ ପାଇକମାଲ ମୂଖ୍ୟ ଛକ ରୁ ୬୦୦ମିଟର ଓ ୬ କିଲୋମିଟର ରୁ ୨୨ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଟ ୩୩ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ନିର୍ମିତ ହେବାକୁ ଯାଉଥିବା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ୦୧/୦୫/୨୦୨୪ ସୁଦ୍ଧା ସମାପ୍ତ ହୋଇ ଯିବା କଥା । କିନ୍ତୁ ବିଭାଗୀୟ ବାବୁ ମାନନଙ୍କ ଅକ୍ଷମତା ହେଉ ବା ଅପାରଗତା କିମ୍ବା ଠିକା ସଂସ୍ଥା ର ଅବହେଳା , ଏହି ମହତ୍ୱପୂର୍ଣ୍ଣ ରାସ୍ତାର କାର୍ଯ୍ୟ ଏବେ ମଧ୍ୟ ଆରମ୍ଭ ହୋଇ ପାରି ନାହିଁ । ଇତି ମଧ୍ୟରେ ପୂର୍ତ୍ତ ବିଭାଗ ର ବରଗଡ଼ ରେ ଦୁଇ ଜଣ ଅଧିକ୍ଷଣ ଯନ୍ତ୍ରୀ ଙ୍କ ବଦଳି ମଧ୍ୟ ହୋଇ ସାରିଲାଣି ତଥାପି କାମ ଆରମ୍ଭ ହୋଇ ପାରିନାହିଁ ।
Imageଅନ୍ୟପଟେ ୬୦୦ ରୁ ୬ କିଲୋମିଟର ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ଅତ୍ୟଧିକ ଧିମା ଗତିରେ ଭଳିଛି । ପାଇକମାଲ , କେନାବୁଦା , ମାଣ୍ଡିଆଢ଼ିପା , ବଇଦପାଳି , ହୀରପୁର ରୁ ଚୁହାପାଲି ଆଦି ଗ୍ରାମ ର ଲୋକଙ୍କ ପାଇଁ ଏହି ଭାଗ ଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ବହୁ ପ୍ରତିବାଦ ପରେ ଏହି ଭାଗ ର ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଛି ସତ ହେଲେ ଅତ୍ୟଧିକ ଧିମା କାମ କାରଣ ରୁ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ୨୨ କିଲୋମିଟର ରୁ ଡଭା ପର୍ଯନ୍ତ ଚାଲିଥିବା କାମ ମଧ୍ୟ ଠିକଣା ସମୟରେ ସରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ମୁଖ୍ୟତଃ କହିବା କୁ ଗଲେ ବିଭାଗ ଦ୍ଵାରା କାମ କରିବା ପାଇଁ ଠିକାଦାର ନିଯୁକ୍ତ ହୋଇଛି କିନ୍ତୁ ଠିକାଦାର ଙ୍କ ନିକଟରୁ ଯେ କୌଣସି କାରଣ ବଶତଃ ହେଉ ନା କାହିଁକି ବିଭାଗୀୟ ଅଧିକାରୀ ମାନେ କାମ ଆଦାୟ କରି ପାରୁନାହାନ୍ତି । ଯାହା ଫଳରେ ସମୟ ବର୍ବାଦ ହେବା ସହିତ ଲୋକେ ହାଇରଣ ହେଉଛନ୍ତି । ଏଣୁ ଯଥାଶୀଘ୍ର ପାଇକମାଲ ମୂଖ୍ୟ ଛକ ରୁ ୬୦୦ ମିଟର ଓ ୬ କିଲୋମିଟର ରୁ ୨୨ କିଲୋମିଟର ପର୍ଯ୍ୟନ୍ତ ହେବାକୁ ଥିବା କାମ କୁ ଶୀଘ୍ର ଆରମ୍ଭ କରାଯିବା ସହିତ , ୬୦୦ ମିଟର ରୁ ୬ କିଲୋମିଟର ଓ ୨୨ ରୁ ଡଭା ପର୍ଯ୍ୟନ୍ତ କାମ କୁ ଗତି ପ୍ରଦନ କରିବା ପାଇଁ ଓ କାମର ମାନ କୁ ନିର୍ଦ୍ଧାରିତ ଭାବରେ କରେଇବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.