ୟୁଜିଆଇଇ ର ଟେକ୍ନୋଫିନିଟି ୨୦୨୪ ଅନୁଷ୍ଠିତ

0

ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ (ୟୁଜିଆଇଇ) ର ପ୍ରାକ୍ତନ ଛାତ୍ର ସଂଘଙ୍କ ବାର୍ଷିକୋତ୍ସବ ଟେକ୍ନୋଫିନିଟି ୨୦୨୪ ୟୁଜିଆଇଇ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୟୁଜିଆଇଇ ପ୍ରାକ୍ତନ ଛାତ୍ର ସଂଘର ସଭାପତି ଆଦିତ୍ୟ ମହାପାତ୍ର ଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଶୁଭେନ୍ଦୁ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଉଦଘାଟକ ଓ ପ୍ରାକ୍ତନ ଛାତ୍ର ତଥା କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ପୁରୁଣା ସ୍ମୃତିକୁ ରୋମନ୍ଥନ କରିଥିଲେ। ଉଦଘାଟକ ଶ୍ରୀ ଭୌମିକ ଛାତ୍ର ସମୟର ଆସୁଥିବା ସମସ୍ୟା କୁ କିପରି ସମ୍ମୁଖୀନ ହୋଇ ସଫଳତା ହାସଲ କରିହେବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ମୁଖ୍ୟ ଅତିଥି ଶ୍ରୀ ଟୁଡୁ ପୁରାତନ ଛାତ୍ର ସଂଘର କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା ବୋଲି କହି ସଫଳତାର ସୂତ୍ର ପାଇଁ କାଲାମଙ୍କ ବାର୍ତ୍ତା ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅଧ୍ୟକ୍ଷା ପ୍ରଗତି ଦାସ, ଉପସଭାପତି ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ବିଭିନ୍ନ ବ୍ୟାଚର ଆଲୁମିନୀ ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଆଲୁମିନୀ ଆସୋସିଏସନ୍ ର ସଭାପତି ଆଦିତ୍ୟ କୁମାର ମହାପାତ୍ର ସ୍ବାଗତ ଭାଷଣ ଓ ସଦସ୍ୟ ପ୍ରସନ୍ନ କୁମାର ଆଚାର୍ଯ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୧୭ ଜଣ ପ୍ରାକ୍ତନ ଅଧ୍ୟକ୍ଷ ଓ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଦ୍ବିତୀୟ ଅଧିବେଶନ ରେ ପ୍ରାକ୍ତନ ଛାତ୍ର ତଥା ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଲୁମିନୀ ଙ୍କ ପରାମର୍ଶ ଓ ସହଯୋଗ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ମତ ରଖିବା ସହ ଆଗାମୀ ଦିନରେ ଏହାକୁ ବ୍ୟାପକ କରି କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ପ୍ରିୟାନ୍ଶି ପଣ୍ଡା ଓଡିଶୀ ନୃତ୍ୟ ପରିବେଷଣ କରିଥିଲାବେଳେ ଏହି ଅବସରରେ ପ୍ରାକ୍ତନ ଅଧ୍ୟାପକ କ୍ୟାପଟେନ କେ ସ୍ବାଇଁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟତମ ଉପସଭାପତି ବୈଲୋଚନ ସାମଲ, କୋଷାଧ୍ୟକ୍ଷ ଅନାଦି ଚରଣ ବିଶ୍ଵାଳ, ସ୍ମରଣିକା ଟେକ୍ନୋଫିନିଟି ର ମୁଖ୍ୟ ସମ୍ପାଦକ ପ୍ରସନ୍ନ କୁମାର ଆଚାର୍ଯ୍ୟ,ଡ ସୁଭାଷିନୀ ଜେନା, ଆରଏସପି ସହରସେବା ପ୍ରଶାସନ ର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ , ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତି ଆଇଏଏସ ସୁବୋଧ ଚୌଧୁରୀ, ପୁରୁଷୋତ୍ତମ ସେଠୀ, ପଞ୍ଚାନନ ବେହେରା,ଡ଼ଃ ସୁରେନ୍ଦ୍ର ବିଶ୍ବାଳ, ସମୀର ଆଚାର୍ଯ୍ୟ, ପଦ୍ମନାଭ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ଚକ୍ରଧର ପ୍ରଧାନ,ପଙ୍କଜ ସାମନ୍ତ, ରତ୍ନାକର ଖଣ୍ଡୁଆଳ, ଛବିତା ଦାସ, ବସନ୍ତ ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.