କେନ୍ଦୁପାଟଣା ଏବଂ ପପାଳଦା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ :

0

ପଞ୍ଚାୟତର ଵିକାଶ ପାଇଁ ପଞ୍ଚାୟତ ବାସୀ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ବିଧାୟକଙ୍କୁ 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ଦୃଢ଼ ପ୍ରୟାସରେ ଗ୍ରାମ ପଞ୍ଚାୟତର ଉନ୍ନତି ହେଉଛି ସମ୍ଭବ l ରାଜ୍ୟ ସରକାରଙ୍କ ପ୍ରତିଟି ଉନ୍ନତି କାର୍ଯ୍ୟକୁ ଲୋକ ମାନଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜାରି ରହିଛି l ଏହି ଅବସରରେ ଆଜି ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତରେ ହୋଇଥିବା ବିକାଶ କାର୍ଯ୍ୟର ପୁସ୍ତିକା ବଣ୍ଟନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ସଂକ୍ରାନ୍ତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ପ୍ରଗତିପ୍ରଭା ମହାନ୍ତି ଏବଂ ସମିତିସଭ୍ୟା ଭାରତୀ ରାଉତଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସାଇଁ, ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ତଥା ଯୁବନେତା ମନୋଜ ସେଠୀ, ପିଇଓ ଶିଶିର କୁମାର ମଲିକ ପ୍ରମୁଖ ଯୋଗ ଦେଇଥିଲେ l ପଞ୍ଚାୟତର ଵିକାଶ ପାଇଁ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ଅତିଥି ମାନେ କୃତୀ ଛାତ୍ର ଛାତ୍ରୀଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କାର ବିତରଣ କରିବା ସହିତ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଟ ନାଗରିକ, କଳାକାର, ଆଶା ଅଙ୍ଗନବାଡି କର୍ମୀ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l ସେହିପରି ଭାବେ କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ପାଳଦା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରପଞ୍ଚ ଚିନ୍ମୟୀ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ବିଳାସ ଭୋଇ, ପ୍ରାକ୍ତନ ଜିଲ୍ଲାପରିଷଦ ଅଚ୍ୟୁତାନନ୍ଦ ଦାସ, ବିଜେଡି ସାଧାରଣ ସମ୍ପାଦକ ନୃସିଂହ ଚରଣ ମୁଦୁଲି, ସରପଞ୍ଚଙ୍କ ପ୍ରତିନିଧି ରମାକାନ୍ତ ବେହେରା, ସମିତିସଭ୍ୟା ସୌଭାଗ୍ୟ ଲକ୍ଷ୍ମୀ ମଲିକ, ସଭାନେତ୍ରୀ ନନ୍ଦିନ ନାୟକ, ସରପଞ୍ଚ ବିଶ୍ଵଭୁଷଣ ନାୟକ, ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା, ବିଜେଡି ଯୁବ ନେତା ତାରାକାନ୍ତ ମଲିକ ପ୍ରମୁଖ ଯୋଗଦାନ କରି ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପଞ୍ଚାୟତରେ ଯେଉଁ ବିଭିନ୍ନ ଵିକାଶମୂଳକ କାର୍ଯ୍ୟକ୍ରମ ହୋଇଛି ସେ ସମ୍ପର୍କରେ ଜନସାଧାରଣ ମାନଙ୍କୁ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି କାର୍ଯ୍ୟକର୍ତ୍ତା, ୱାର୍ଡ ସଭ୍ୟ, ସଭ୍ୟା, ଏସଏଚଜି ମହିଳା,ସ୍ୱାସ୍ଥ୍ୟ କର୍ମଚାରୀ, ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଯୋଗ ଦେଇଥିଲେ l ପଞ୍ଚାୟତର ଵିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କୁ ପଞ୍ଚାୟତବାସୀ କୃତଜ୍ଞତା ଜଣାଇଥିଲେ l

Leave A Reply

Your email address will not be published.