ବାଲୁଗାଁ (ସେକ କୌସର ): ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀ ଡକ୍ଟର ଅକ୍ଷୟ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟ ଦକ୍ଷତା ସହ ଆଞ୍ଚଳିକ ସ୍ତରରେ ପରିବେଶ ସୁରକ୍ଷା ଓ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ପାଇଁ ଚଳିତବର୍ଷ ଓଡ଼ିଶା ଡାଇରେକ୍ଟୋରେଟ ପକ୍ଷରୁ ରାଜ୍ୟ ସ୍ତରରେ ଶ୍ରେଷ୍ଠ ଏନସିସି ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରର ବାୟୁ ସେନା
କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏନସିସିର ଡ଼ିଡ଼ିଜି ଜେ ସୁରେଶ ଡକ୍ଟର ମିଶ୍ରଙ୍କୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ପ୍ରତିବଦ୍ଧତା ପାଇଁ ଏହିସମ୍ମାନ ପ୍ରଦାନ କରିଛନ୍ତି ପ୍ରକାଶ ଥାଉକି ଡକ୍ଟର ମିଶ୍ର ପରିବେଶ ସୁରକ୍ଷା କ୍ଷେତ୍ରରେ ପୂର୍ବରୁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନ ଲାଭ କରିବା ସହ ଚଳିତ ବର୍ଷ ବନ୍ୟପ୍ରାଣୀ ସୁରକ୍ଷା
ସଚେତନତା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ବିଜୁ ପଟ୍ଟନାୟକ ପୁରସ୍କାର ଲାଭ କରିବା ସହ ଅନେକ ସଚେତନତା ଓ ସେବାମୂଳକ କାର୍ଯ୍ୟ କରି ସମ୍ମାନିତ ହୋଇଛନ୍ତି। ଏଥିପାଇଁ ଡକ୍ଟର ମିଶ୍ରଙ୍କୁ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ, ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲଷ୍ମୀଧର ସୁବୁଦ୍ଧି,ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ତଥା ମହାବିଦ୍ୟାଳୟର କର୍ମଚାରୀ ଅଭିନନ୍ଦନ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post