ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଭେଜିପୁଟ୍ ଠାରେ କେଉଁ ଆବାହମାନ କାଳରୁ ଥିବା ଗୁପ୍ତେଶ୍ୱର ମହାଦେବଙ୍କ ମନ୍ଦିର ସଂଲଗ୍ନ ଜମିକୁ ନେଇ ସ୍ଥାନୀୟ ଜନସାଧାରଣ ଉକ୍ତ ଜମି ଉପରେ ଧାରଣା ଦେଇଥିବାର ଦେଖାଦେଇଥିଲା। ଏଥି ସହିତ ବୋଲାଯାଉଥିବା ମନ୍ଦିର ଜମି ଉପରେ ସ୍ଥାନୀୟ ଏନ୍.ଏ.ସି ପ୍ରଶାସନ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ ନୋଟିସ୍ ଜାରି କରିଥିବାରୁ, ଏହାକୁ ବିରୋଧ କରି ଗୁପ୍ତେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସମୁହ ଜନସାଧାରଣ ଆଜି ଜାନୁଆରୀ ୫, ସୋମବାର ୨୦୨୪ ତାରିଖ ରେ ଉପଜିଲ୍ଲାପାଳ, ତହସିଲଦାର, ଏନ୍ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ଆଇ. ଆଇ.ସି ଙ୍କୁ ସାକ୍ଷାତ କରିଥିବାର ଦେଖାଦେଇଛି।
ସୂଚନା ଅନୁସାରେ ଭଞ୍ଜନଗର ଗୋଟିଏ ଐତିହ୍ୟ ସହର ଏଠାରେ ଭଞ୍ଜ ବଂଶୀୟ ରାଜା ମାନଙ୍କ ଅମଳରୁ ଅନେକ ଗୁଡିଏ ମନ୍ଦିର ନିର୍ମାଣ ହୋଉଛି ତନ୍ମଧ୍ୟରୁ ଭଞ୍ଜନଗର ସହର ଭେଜିପୁଟ ସ୍ଥିତ ଗୁପ୍ତେଶ୍ଵର ମନ୍ଦିର ଏବଂ ଏହି ମନ୍ଦିର ଭେଜିପୁଟ ସାହି କମିଟି ଦ୍ୱାରା ପରିଚାଳିତ ସହ ରକ୍ଷଣାବେକ୍ଷଣ କରାଯାଉଛି।ମନ୍ଦିର ପାଚେରୀ ସଲଘ୍ନ ଏକ ଏକର ପରିବ୍ୟାପ୍ତ ଜମି ଜାଗା ପ୍ରାୟ ୨୦୦ ସହ ବର୍ଷ ହେବ ମନ୍ଦିର ପରିଚାଳନା କମିଟି ବୁଝୁ ଥିଲା ସେଠାରେ ଅସ୍ଥାୟୀ ଦୋକାନ,ମେଳା, ବିଭିନ୍ନ ମନ୍ଦିର ର ଭୋଜି, ନାମ ସଂକୀର୍ତ୍ତନ କରା ଯାଉଥିଲା ଏବଂ ସେହି ପଇସାରୁ ମନ୍ଦିର ପାଇଁ ଖର୍ଚ୍ଚ କରାଯାଉଥିଲା।କିନ୍ତୁ ଭଞ୍ଜନଗର ଏନ ଏ ସି ଗୋଟେ କଲ୍ୟାଣ ମଣ୍ଡପ କରାଯିବ ପାଇଁ ଅଣ୍ଟା ଭିଡି ଥିବା ବେଳେ ଭେଜିପୁଟ ସାହି ବାସିନ୍ଦା ଓ ଶୈବ ଭକ୍ତ ଶ୍ରଦ୍ଧାଳୁମାନେ ଏହାକୁ ବିରୋଧ କରୁଛନ୍ତି।କଲ୍ୟାଣ ମଣ୍ଡପ ହେବା ଦ୍ୱାର ଶବ୍ଦ ପ୍ରଦୂଷଣ ସହ ମଦ ମାଂସ ରେ ମନ୍ଦିର ପରିବେଶ ନଷ୍ଟ ହେବ ତେଣୁ ଏହାକୁ ବିରୋଧ କରି ଶହ ସହ ସାହି ଜନସାଧାରଣ ଭଞ୍ଜନଗର ଉପ ଜିଲ୍ଲାପାଳ, ଭଞ୍ଜନଗର ଥାନା ଅଧିକାରୀ, ତହସିଲଦାର, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଙ୍କୁ ଭେଟି ଅବଗତ କରାଇଥିଲେ ଓ କଲ୍ୟାଣ ମଣ୍ଡପ ନ କରିବାକୁ ଅନୁରୋଧ କରିଥିଲେ।