ଜାତୀୟ କବାଡି ଖେଳାଳୀଙ୍କୁ ସମ୍ବର୍ଦ୍ଧନା

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ଆକାଂକ୍ଷା ଭୋଇ କବାଡି ଖେଳରେ ଜାତୀୟସ୍ତରରେ ପ୍ରତିନିଧିତ୍ଵ କରି ଆଜି ପଦ୍ମପୁର ପହଞ୍ଚିବା ପରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ଭେଉଁରିଆ ଛକଠାରେ ଫୁଲତୋଡା ଦେଇ ସ୍ଵାଗତ କରିବା ପରେ ତାଙ୍କୁ ସ୍କୁଲ ପର୍ଯ୍ୟନ୍ତ ବ୍ୟାଣ୍ଡବାଜା ଓ ପ୍ୟାରେଡ୍ ସହ ଛାତ୍ରୀ ଓ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପାଛୋଟି ଆଣିଥିଲେ। ସ୍କୁଲ ପରିସରରେ ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ଆନ୍ତର୍ଜାତୀୟସ୍ତରରେ ଖେଳିବା ପାଇଁ ଉତ୍ସାହିତ କରିଥିଲେ, ଏହାର ଶ୍ରେୟ ସମସ୍ତ ଶିକ୍ଷକ ବିଶେଷକରି ଖେଳ ଶିକ୍ଷୟତ୍ରୀ ନିଳୀମାରାଣୀ ମହାନ୍ତିଙ୍କ ଦିଗଦର୍ଶନକୁ ପ୍ରଶଂସା କରିଥଲେ। ପ୍ରଧାନଶିକ୍ଷକ ଶ୍ରୀ ପାଣିଗ୍ରାହୀ ସ୍କୁଲତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବାସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ ଆକାଂକ୍ଷା ଓଡିଶା ଦଳରୁ ପ୍ରତିନିଧିତ୍ଵ କରି ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଜାମ୍ମୁକାଶ୍ମୀର ସହ କବାଡି
ଖେଳିଛନ୍ତି । ଓଡିଶା ଦଳ ଆନ୍ଧ୍ର ଓ ତାମିଲନାଡୁ ଠାରୁ ପରାଜିତ ହେଲେ ମଧ୍ୟ ଜାମ୍ମୁକାଶ୍ମୀର କୁ ପରାଜିତ କରିଥିଲେ।

Leave A Reply

Your email address will not be published.