ବିନୋଦିନୀ ପ୍ରାଙ୍ଗଣ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ଓଡ଼ିଆ ସାହିତ୍ୟ , ସଂଗୀତ ଓ ନୃତ୍ୟ ପାଇଁ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ – ୨୦୨୪ ର ଅଦ୍ୟାବଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯାହା ଭୁବନେଶ୍ୱର ଜନତା ମଇଦାନରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୩ ତାରିଖରୁ ର ୫ ତାରିଖ ପର୍ଯ୍ୟନ୍ତ ମହା ସମାରୋହରେ ପାଳିତ ହେବାକୁ ଯାଉଛି।
ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଉଦ୍ଘାଟନ ହେବା ଅବସରରେ ସମସ୍ତ ମହାପୁରୁଷଙ୍କୁ ପୁଷ୍ପମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା।
୧୧ ଟା ସମୟରେ ବିଶିଷ୍ଟ ଅତିଥି ଭାବେ ଗ୍ରହଣ କରିଥିବା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସଙ୍ଗୀତଜ୍ଞ ପଣ୍ଡିତ ଗୁରୁ ଶ୍ରୀ ରଘୁନାଥ ପାତ୍ର , ନୃତ୍ୟଶିଳ୍ପୀ ସୁଶ୍ରୀ ଡି. ପ୍ରିୟଙ୍କା ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ , ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସମୂହ ଭାବେ ” ବନ୍ଦେ ଉତ୍କଳ ଜନନୀ ” ସଂଗୀତ ଗାନ କରିଥିଲେ। ଏହାର ପରବର୍ତ୍ତୀ ସମୟରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଦେଇ ସମ୍ମାନୀତ କରାଯାଇ ଓଡ଼ିଆ ଜାତିର ଅସ୍ମିତାକୁ ଅତି ଉଲ୍ଲାସର ସହ ପାଳନ କରାଯାଇଥିଲା।
ଏହା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମର ପ୍ରସାରଣକୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଶେଷରେ ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।