ଜଗତସିଂହପୁର,ତା-୦୩.୦୨.୨୦୨୪/ସୁମନ୍ତ କୁମାର ଦାସ: ପ୍ରଶାସନିକ ଢାଞ୍ଚାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ଦୃଢ କରିବା ନିମନ୍ତେ ଓଡିଶା ସରକାରଙ୍କ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ସୂଚନା ଅଧିକାର ଆଇନ ପ୍ରକଳ୍ପ ପରିଚାଳନା ୟୁନିଟ୍ (ଆର.ଟି.ଆଇ ପି.ଏମ.ୟୁ) ପକ୍ଷରୁ ଆଜି ପୂର୍ବାହ୍ନ ଘ.୧୧.୦୦ ମି ସମୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଆଭାସୀ ମାଧ୍ୟମରେ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ସୂଚନା ଅଧିକାର ଆଇନ (ଆର.ଟି.ଆଇ) ଅଧିନିୟମ, ୨୦୦୫ର ଧାରା ୪ (୧) (ଖ) ଅଧୀନରେ ଲିପିବଦ୍ଧ ସ୍ଵତଃ ସ୍ପୁର୍ତ୍ତ ପ୍ରକଟୀକରଣ (ପ୍ରୋ ଆକ୍ଟିଭ ଡିସ୍କ୍ଲୋଜର)ବାଧ୍ୟତା ମୂଳକ ପ୍ରାବଧାନ ସଂଲଗ୍ନ ନିୟମାବଳୀ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା Iଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ୧୦୦ରୁ ଉର୍ଦ୍ଧ୍ବ ଲୋକ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ I ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ଙ୍କ ତତ୍ତ୍ୱାବଧାନରେ ଏହି ଶିବିରଟି ଆୟୋଜିତ ହୋଇଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାରଙ୍କର ସୂଚନା ଅଧିକାର ଆଇନର ଡୋମେନ ଏକ୍ସପର୍ଟ ଶ୍ରୀ ହର୍ଷ ପରିଛା ଆଭାସୀ ମାଧ୍ୟମରେ ଏହି ଶିବିରକୁ ପରିଚାଳନା କରିଥିଲେ I ଦୈନନ୍ଦିନ କାର୍ଯ୍ୟରୁ ବ୍ୟବହାରିକ ଉଦାହରଣ ମାଧ୍ୟମରେ ଶ୍ରୀ ପରିଛା ସୂଚନା ଅଧିକାର ଆଇନର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ I ଆବେଦନଗୁଡିକ ପରିଚାଳନା କରିବାବେଳେ ସର୍ବଦା ନିୟମ ମଧ୍ୟରେ କାର୍ଯ୍ୟ କରିବାକୁ ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅନୁରୋଧଗୁଡିକର ଉତ୍ତର ପ୍ରଦାନ କରିବାକୁ ନିଶ୍ଚିତ କରିବାକୁ ଶ୍ରୀ ପରିଛା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ଧାରା ୪ (୧) (ଖ) ର ପ୍ରାବଧାନ ଗୁଡିକୁ ନିୟମିତ ଅଦ୍ୟତନ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ I ଏହି ତାଲିମ ଅଧିବେଶନରେ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ଅଧିକାରୀଙ୍କ ପାଇଁ ସୂଚନା ଅଧିକାର ଆଇନ ଏବଂ ଏହାର ଭୂମିକା ଏବଂ ଦାୟିତ୍ୱ ପାଇଁ ଏହାର ପ୍ରଭାବକୁ ସ୍ପଷ୍ଟ କରିବା ନିମନ୍ତେ ଏକ ମୂଲ୍ୟବାନ ସୁଯୋଗ ଆଣିଥିଲା I ପରିଶେଷରେ ପ୍ରଶ୍ନୋତ୍ତର ଅଧିବେଶନରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଥିଲା I
Sign in
Sign in
Recover your password.
A password will be e-mailed to you.