କୃପାଳୁ ଶିଶୁ ସାହିତ୍ୟ ଆସରରେ ‘ଆମ ଭାଷା ଆମ ପରିଚୟ’ କାର୍ଯକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନ କରିଥିବା କୃପାଳୁ ଶିଶୁ ସାହିତ୍ୟ ଆସରର ବିଷୟ ‘ଆମ ଭାଷା ଆମ ପରିଚୟ’ ସ୍ଥାନୀୟ ଆର୍ବନ୍ ହଷ୍ଟେଲ ଛାତ୍ରାବାସ ଅନ୍ତେବାସୀଙ୍କ ଗହଣରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ମାଧ୍ୟମରେ ଯାହା ପଦକ୍ଷେପ ନିଆଯାଇଛି ତାହା ଆଲୋଚନା କରଯାଇଛି। ଆମ ଓଡ଼ିଶାର କଳା ଓ ସାହିତ୍ୟ , ଲେଖକ ଓ ଲେଖିକା , ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା , ପର୍ବପର୍ବାଣୀ , ପର୍ଯ୍ୟଟନ କ୍ଷେତ୍ର ଏବଂ ମହାପୁରୁଷମାନଙ୍କ ବିଷୟରେ ସଂଯୋଜକ ନିତ୍ୟାନନ୍ଦ ଅବଗତ କରାଇଥିଲେ। ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି।

Leave A Reply

Your email address will not be published.