ଜଗତସିଂହପୁର,ତା-୦୩.୦୨.୨୦୨୪/ସୁମନ୍ତ କୁମାର ଦାସ: ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଆଜି ଜଗତସିଂହପୁର ଜିଲ୍ଲା ପରିଷଦ ରେ ସମ୍ମାନନୀୟ ମୁଖ୍ୟ ବିକାଶ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରବି ନାରାୟଣ ଜେଠୀ, ଙ୍କ ଅଧ୍ୟକ୍ଷତା ରେ ଓଡ଼ିଆ ଭାଷା ସାହିତ୍ୟ ସମ୍ବର୍ଦ୍ଧନା କାର୍ଯକ୍ରମ ପାଳନ ହୋଇଥିଲା।ପ୍ରାରମ୍ଭ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସମବେତ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା।ଏହି କାର୍ଯକ୍ରମ ରେ ସଭାପତି-ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ଉପସଭାପତି ଜିଲ୍ଲାପରିଷଦ ଶ୍ରୀମତୀ ସୁଜାତା ମହାନ୍ତି, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ଅଭିମନ୍ୟୁ ପଣ୍ଡା, ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ଜଗତସିଂପୁର ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ ରେ କାର୍ଯ୍ୟରତ ଥିବା ବିଶିଷ୍ଟ ବ୍ୟକ୍ତିତ୍ଵ ମାନଙ୍କୁ ଏହି କାର୍ଯକ୍ରମ ରେ ସମ୍ବର୍ଦ୍ଧିତ କରା ଯାଇଥିଲା। ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱ ଙ୍କ ମଧ୍ୟରେ ସ୍ଵାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଭାଗିରଥି ସ୍ୱାଇଁ,ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ମଲ୍ଲିକ, ବିଶିଷ୍ଟ ଗାଳ୍ପିକା ତଥା ଅବସରପ୍ରାପ୍ତ ଅଧ୍ୟାପିକା ଶ୍ରୀମତୀ ସବିତା ମହାନ୍ତି, ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ଦେବେନ୍ଦ୍ର ମହାନ୍ତି, ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ବେବିନା ଦାସ, ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପରମାଣିକ, ଶ୍ରୀମତୀ ଜୟନ୍ତୀ ମଲ୍ଲିକ – କବୟିତ୍ରୀ, ଶ୍ରୀମତୀ ରଶ୍ମିତା ସାହୁ – ଗାଳ୍ପିକା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.