ଶେଷରେ ବିଧାୟକ ପଦରୁ ଇସ୍ତଫା ଦେଲେକୃଷ୍ଣ  , କଂଗ୍ରେସ ବିଧାୟକ ଦଳ ଅଡ଼ୁଆ ବଢ଼ିଲା

0

ଶାସକ ପ୍ରଶାସକ କହିଥିଲା “ଇସ୍ତଫା ଦେବେ କୃଷ୍ଣ”

ଭୁବନେଶ୍ୱର: ଏବେ ଅଡୁଆରେ କଂଗ୍ରେସ | ବିଧାନସଭାରୁ ବିଧାୟକ ପଦରୁ କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେବା ପରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇବା ନିଶ୍ଚିତ ହୋଇଯାଇଛି | କିଛି ଦିନ ତଳେ “ଶାସକ ପ୍ରଶାସକ”ରେ ଖବର ପ୍ରକାଶ କରାଯାଇଥିଲା   କୃଷ୍ଣ ଇସ୍ତଫା ଦେଉଛନ୍ତି ବୋଲି | ଆଜି ତାହା ସତ ହୋଇଛି | କିଛିଦିନ ତଳେ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣଚନ୍ଦ୍ର ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି |

ବିଧାନସଭାର ବାଚସ୍ପତି ବାଚସ୍ପତି ପ୍ରଦୀପ ଅମାତଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଇସ୍ତଫା ପତ୍ରରେ ଶ୍ରୀ ଶଗରିଆ ଯଦିଓ କୌଣସି କାରଣ ଦର୍ଶାଇ ନାହାନ୍ତି, ତଥାପି କୁନ୍ଦୁୁଲି ପୀଡ଼ିତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା କହିଛନ୍ତି। ବାଚସ୍ପତିଙ୍କୁ ଲେଖିଥିବା ପାତ୍ରରେ ଶ୍ରୀ ଶଗରିଆ କହିଛନ୍ତି ଯେ ” ମାନନୀୟ ବାଚସ୍ପତି ମହୋଦୟ, ମୁ ଓଡିଶା ବିଧାନସଭାର ବିଧାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି | ଏହି ପତ୍ରକୁ ମୋର ଇସ୍ତଫା ଭାବେ ଗ୍ରହଣ କରିବା ପାଇଁ ମୁ ଅନୁରୋଧ କରୁଛି | “

କୋରାପୁଟର କଂଗ୍ରେସ ବିଧାୟକ ତଥା ବରିଷ୍ଠ ଦଳିତ ନେତା କୃଷ୍ଣଚନ୍ଦ୍ର ଶଗରିଆ ନିଜ ବିଧାୟକ ପଦରୁ ଇସ୍ଥଫା ଦେବା ବିଷୟ ଘୋଷଣା କରିଛନ୍ତି । କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ଦଳର ରାଷ ନେତୃତ୍ୱଙ୍କୁ ଆଚରଣରେ ମର୍ମାହତ ହୋଇ ସେ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । କୁନ୍ଦୁଲି ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ସେ ପଲ୍ଲୀ ଠାରୁ ନେଇ ଦିଲ୍ଲୀ ସ୍ତର ପର୍ଯ୍ୟନ୍ତ ଲଢେଇ କରିଥିବା ବେଳେ ବର୍ତମାନ ଦଳର ରାଜ୍ୟ ନେତୃତ୍ୱ ସେ ପ୍ରସଙ୍ଗରେ ଅବିଚାର କରିଛନ୍ତି | କୁନ୍ଦୁଲି ପ୍ରସଙ୍ଗକୁ ଦବାଇ ଦେବାପାଇଁ ଏକ ପ୍ରକାର ଷଡଯନ୍ତ୍ର ହୋଇଥିବା ସେ ପରୋକ୍ଷ ଅଭିଯୋଗ କରିଛନ୍ତି |

ତେବେ ଶ୍ରୀ ଶଗରିଆଙ୍କ ଇସ୍ତଫା ପରିପ୍ରେକ୍ଷୀରେ ରାଜ୍ୟ ରାଜନୀତି ଏକରକମ ସରଗରମ ହୋଇ ଉଠିଛି। ଗୋଟିଏ ପଟେ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଶ୍ରୀ ଶଗରିଆଙ୍କ ଇସ୍ତଫା କେତେଦୂର କଂଗ୍ରେସ ଦଳକୁ ଓ ତାଙ୍କୁ ବ୍ୟକ୍ତିଗତ ଭାବେ ରାଜନୈତିକ ଲାଭ ଦେବା ତାହା ବର୍ତ୍ତମାନ ଆକଳନ କରିବା ସମ୍ଭବ ନ ହେଲେ ମଧ ତୁରନ୍ତ ପ୍ରଭାବ ପଡ଼ିବାକୁ ଯାଉଛି କଂଗ୍ରେସ ବିଧାୟକ ଦଳ ଉପରେ । କାରଣ ଶ୍ରୀ ଶଗରିଆଙ୍କ ଇସ୍ତଫା ଯଦି ଗୃହୀତ ହୁଏ ତେବେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କର ଆଉ ବିରୋଧୀ ଦଳ ନେତା ମାନ୍ୟତା ରହି ନପାରେ | ଦେଖାଯାଉ କୃଷ୍ଣଚନ୍ଦ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ବାଚସ୍ପତି କି ନିଷ୍ପତ୍ତି ନେଇଛନ୍ତି | ସୂଚନା ଯୋଗ୍ୟଯେ ରାଜ୍ୟ କଂଗ୍ରେସର ଅନୁସୂଚିତ ସେଲର ଅଧ୍ୟକ୍ଷ ଥିବା କୃଷ୍ଣଚନ୍ଦ୍ରଙ୍କୁ କିଛି ଦିନ ତଳେ ସେହି ପଦବୀରୁ ଅବ୍ୟାହତି ଦିଆଯାଇ ତାଙ୍କୁ ଦଳର ସାଧାରଣ ସମ୍ପାଦକ କରାଯାଇଥିଲା | ଯାହାର ପ୍ରତିବାଦରେ ଶ୍ରୀ ଶଗରିଆ ତାଙ୍କ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ |

ଆମେ ଆଗରୁ ପ୍ରକାଶ କରିଥିଲୁ “କଂଗ୍ରେସ ଛାଡିବେ କୃଷ୍ଣଚନ୍ଦ୍ର,ଖୁବ ଶୀଘ୍ର କରିବେ ଘୋଷଣା !!!!” ପଢିବା ପାଇଁ  ତଳ ଲିଙ୍କରେ କ୍ଲିକ କରନ୍ତୁ

www.shasakprashasak.com/index.php/political/3557-congress-dalit-mla-will-leave-congress

 

Leave A Reply

Your email address will not be published.