ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ  ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସହିତ ଆଲୋଚନା

0

 

ଭୁବନେଶ୍ୱର : ନୂତନ ପେନ୍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ସଚିବାଳୟରେ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସହିତ  ତିନିଦଫା ଦାବୀ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି  । ସରକାର ଦାବୀଗୁଡ଼ିକ ପୁରଣ କରିବା ପାଇଁ ସକରାତ୍ମକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ବୋଲି ସଂଘ ତରଫରୁ କୁହାଯାଇଛି । ପ୍ରାଥମିକ ଶିକ୍ଷକମାନଙ୍କର ପଦବୀ ମାଟ୍ରିକ  ଓ ସି.ଟି. ରୁ ଉନ୍ନୀତ କରି ଯୁକ୍ତ ୨ ଓ ସି.ଟି. କରିବା ସହିତ ୨୨୦୦ ଟଙ୍କା ଗ୍ରେଡ୍ ପେ ପରିବର୍ତ୍ତେ ୨୮୦୦ ଟଙ୍କା ଧାର୍ଯ୍ୟ କରି ୭ମ ବେତନ କମିଶନରେ ୧.୧.୨୦୧୬ ମସିହାରୁ ଦରମା ଧାର୍ଯ୍ୟ କରିବା, ୬ ବର୍ଷ ଶିକ୍ଷା ସହାୟକ ଚାକିରୀକୁ ସରକାରୀ ଚାକିରୀରେ ଗଣନା କରିବା ଆଦି ଦାବୀଗୁଡ଼ିକ ବିଷୟରେ ଆଲୋଚନା ହୋଇଛି  । ଆସନ୍ତା ୨୦ତାରିଖରେ ବିଭାଗୀୟ କମିଟି ପୁନର୍ବାର ବସି ସରକାରଙ୍କୁ ଚୂଡାନ୍ତ ପ୍ରସ୍ତାବ ଦେବେ ଓ ଆସନ୍ତା ୨୧ତାରିଖ ଦିନ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ସେ ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନେବେ  । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଅର୍ଥ ବିଭାଗର ବରିଷ୍ଠ  ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ  । ସଂଘ ତରଫରୁ  ସଭାପତି ରାଜେଶ ମହାନ୍ତି, ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲ ମହାସଚିବ ବିକ୍ରମ ରଥ,  ଦୋଳଗୋବିନ୍ଦ ପଣ୍ଡା,କାର୍ଯ୍ୟକାରୀ ସଭାପତି ସହସ୍ରାଂଶୁ ଶେଖର ମହାନ୍ତି, ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ କମିଟିରେ ଉପସ୍ଥିତ ଥିବା ସ୍ଥଳେ ଅନ୍ୟମାନଙ୍କ ମଧ୍ୟରେ ଶମ୍ଭୁ ଗିରି, ମହେନ୍ଦ୍ର କୁମାର ମିଶ୍ର, ଅକ୍ଷୟ କୁମାର ମଲ୍ଲିକ, ମାୟାଧର ମଲ୍ଲିକ ଓ  ଗଣମାଧ୍ୟମ ସଂଯୋଜକ ସୁନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  । 

Leave A Reply

Your email address will not be published.