ମୋଟର ସାଇକେଲ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ l

0

ବାଣପୁର (ସେକ କୌସର ): ଆଜି ପୂର୍ବାହ୍ନରେ ବାଣପୁର କଲେଜ ଛକ ନିକଟରେ ଥିବା ୟୁକୋବ୍ୟାଙ୍କ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବରରୁ ଜଣାଯାଇଛି ଯେ, କୁମାରାଙ୍ଗ ଗ୍ରାମର ଶିବ ମହାରଣା ଘରୁ ସାଇକେଲ ଯୋଗେ ବାଣପୁର ବଜାରକୁ ଆସୁଥିଲେ। ଏହି ସମୟରେ ଏକ କେଟିଏମ ମୋଟରସାଇକେଲ ଆରୋହୀ ଦ୍ରୁତ ଗତିରେ ଆସି ଶିବ ମହାରଣାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଶିବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବାଣପୁର ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଶିବଙ୍କ ସ୍ତ୍ରୀ କୁନି ମହାରଣା ବାଣପୁର ଥାନାରେ ଏତଲା ଦେବା ପରେ ବାଣପୁର ପୋଲିସ ମୋଟର ସାଇକେଲଟିକୁ ଜବତ କରିଛିlଚାଳକ ଜଣକ ସୁନାକେରାର ବବୁଲ ସାହୁ ବୋଲି ଜଣାପଡିଛି। କିନ୍ତୁ ଶିବଙ୍କୁ ଜୋରରେ ଆଘାତ ଲାଗିଥିବା କାରଣରୁ ସନ୍ଧ୍ୟା ସମୟରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଚାଲୁ ରଖିଛି।

Leave A Reply

Your email address will not be published.