କଂଗ୍ରେସ ଏସସି ସେଲର ଜନଜାଗରଣ ପଦଯାତ୍ରା

0

ଟିଟିଲାଗଡ଼,(ସୁନୀଲ ବେହେରା) :  ଟିଟିଲାଗଡ଼ ବ୍ଲକ କଂଗ୍ରେସ ଏସସି ସେଲ ପକ୍ଷରୁ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ  ହୋଇଛି । ଟିଟିଲାଗଡ଼ ବ୍ଲକ କଂଗ୍ରେସ ଏସସି ସେଲ ସଭାପତି କୃଷ୍ଣଚନ୍ଦ୍ର ମହାନନ୍ଦଙ୍କ ନେତୃତ୍ୱରେ ଆଜି ଜୁନାପଦରରୁ ଭୁଷଲାଡ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ  ହୋଇଥିଲା । ଏଥିରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇ ବିଜେଡିର ୧୮ ବର୍ଷ ଶାସନକାଳ ତଥା କେନ୍ଦ୍ରରେ ବିଜେପିର ୫ବର୍ଷ ଶାସନକାଳରେ ଅଞ୍ଚଳର କୌଣସି ବିକାଶ ଘଟିନଥିବା, ପେଟ୍ରୋଲ ଓ ଡିଜେଲର ଦର ଅହେତୁକ ବୃଦ୍ଧି ପାଇଥିବା, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ କୃଷି ଭଲି କ୍ଷେତ୍ରରେ ଅଞ୍ଚଳ ସର୍ବଦା ଅବହେଲିତ ରହିଥିବା, ନୂତନ ନିଯୁକ୍ତି ନେହେବାରୁ ବେକାରୀ ସଂଖ୍ୟା ବଢି ଚାଲିଥିବା ସମ୍ପର୍କରେ  ଲୋକଙ୍କୁ ଅବଗତ କରାଇବା ସହ ଆଗାମୀ ନିର୍ବାଚନରେ ବିକାଶକୁ ପ୍ରାଧାନ୍ୟ ଦେଉଥିବା କଂଗ୍ରେସ ଦଳର ହାତମୁଠା ଟାଣ କରିବାକୁ ଆହ୍ୱାନ ଜଣାଇଥିଲେ ।

ପରେ ଭୁଷଲାଡ ଠାରେ ଛାତ୍ର କଂଗ୍ରେସର ପୁର୍ବତନ ସଭାପତି ହୃଦାନନ୍ଦ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ବରିଷ୍ଠ  କଂଗ୍ରେସ ନେତା କିଶୋର ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ପିସିସି ସମ୍ପାଦକ ମୁକେଶ ଜୈନ ଓ କ୍ଷୀରସାଗର ବର୍ମା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କଂଗ୍ରେସ ଦଳ ହିଁ ପ୍ରଥମରୁ ଦେଶର ବିକାଶ ଧାରାକୁ ଆଗେଇ ନେଇଛି । ଯାହାକି ଆଜି ଆମ୍ଭେ ଉପଭୋଗ କରୁଛୁଁ । ରାଜ୍ୟରେ ହେଉ କିମ୍ଭା କେନ୍ଦ୍ରରେ ହେଉ କଂଗ୍ରେସ ଶାସନ ସମୟରେ ଦେଶ ଓ ରାଜ୍ୟର ବିକାଶ ଉଲ୍ଲେଖନୀୟ ତେବେ ବର୍ତ୍ତମାନ ଶାସନ କରୁଥିବା ବିଜେପି ୬୦ ବର୍ଷରେ କଂଗ୍ରେସ ଦେଶକୁ ଲୁଣ୍ଠନ କରିଛି କହିବା କ୍ଷୋଭର ବିଷୟ ବୋଲି କହି ୪ ବର୍ଷ ଶାସନକାଳରେ ଶିଲ୍ପପତିଙ୍କ ସରକାର ଦେଶର ବିକାଶ କରିଛିି ନାଁ ଦେଶ ବାସୀଙ୍କୁ ପ୍ରତାରିତ କରିଛି ତାହା ଆତ୍ମ ସମୀକ୍ଷା କରିବା ସମୟ ଆସିଛି ବୋଲି କହିଥିଲେ । ଦେଶ ଏବଂ ରାଜ୍ୟରେ ସ୍ୱଚ୍ଛ ଶାସନ ପାଇଁ ଆଗାମୀ ନିର୍ବାଚନରେ କଂଗ୍ରେସର ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଆସନ୍ତା ୨୬.୧୦.ରେ ଟିଟିଲାଗଡ଼ ଜିଲ୍ଲା ପାଇଁ ଟିଟିଲାଗଡ଼ ବନ୍ଦ ଡ଼ାକରାରେ ସମସ୍ତ ଗ୍ରାମ ବାସୀଙ୍କୁ ସାମିଲ ହେବା ପାଇଁ ପିସିସି ସମ୍ପାଦକ ମୁକେଶ ଜୈନ କହିଥିଲେ ଓ ଚନ୍ଦ୍ର ରତେଇ ନୂତନ ଭାବେ କଂଗ୍ରେସରେ ଦଳରେ ମିଶିଲେ ଏବଂ ଶେଷରେ ନଗର କଂଗ୍ରେସ ଏସସି ସେଲ ସଭାପତି ଉତ୍ତମ ସୁନା ଧନ୍ୟବାଦ ଦେଇଥିଲେ । 

Leave A Reply

Your email address will not be published.