ପାଣିରେ ବୁଡି ଯୁବକ ମୃତ

0

ଜମନକିରା,୩/୧:(ଲିପନ ନାଏକ ) ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ କୋଲପାଳ ଗ୍ରାମରେ ପାଣିରେ ବୁଡି ଜଣେ ବ୍ୟକ୍ତିର ମୃତ ଘଟିଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସର ସୂଚନା ଅନୁଯାୟୀ, କୋଳପାଳ ଗ୍ରାମର ରତନ ମୁଣ୍ଡା ଆଜି ଦିନ ସାଢ଼େ ୧୧ଟା ସମୟରେ ରାନୀଜୁରିଆ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ମୃତ ହୋଇଛନ୍ତି। ମୁଣ୍ଡାଙ୍କ ଶବକୁ ଦେଖି ଗ୍ରାମଲୋକ ଜାଣିବା ପରେ ତାଙ୍କ ପରିବାରକୁ ଜଣାଇବା ସହ ଜମନକିରା ପୋଲିସ କୁ ଖବର ଦେବାରୁ ପୋଲିସ ପହଞ୍ଚି ସବକୁ ବ୍ୟବଛେଦ ପାଇ କୁଚିଣ୍ଡା ଡାକ୍ତରଖାନା କୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୁଣ୍ଡାଙ୍କ ମୃତ୍ୟୁ ଯୋଗୁ ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.