ବହୁଜନ କ୍ରାନ୍ତିମୋର୍ଚ୍ଚାରେ ସମ୍ବିଧାନ ବଞ୍ଚାଓ ଦେଶ ବଞ୍ଚାଓ ଆନ୍ଦୋଳନ

0

ବାରିପଦା(ଦିଲ୍ଲୀପ ମହାନ୍ତି ) ଭାରତରେ ଆଦିବାସୀ ,ଦଳିତ ,ପଛୁଆବର୍ଗ ,ଧର୍ମ ପରିବର୍ତ୍ତିତ ମୂଳନିବାସୀମାନଙ୍କର ଜନସଂଖ୍ୟା ତୁଳନାରେ ସେମାନଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କମ ରଖାଯାଉଅଛି । ଓଡିଶା ରାଜ୍ୟରେ ପଛୁଆ ବର୍ଗମାନଙ୍କର ଜନସଂଖ୍ୟା ୫୨ ପ୍ରତିଶତ ଥିଲେ ମଧ୍ୟ ସେମାନେ ପଛୁଆବର୍ଗ ଭାବରେ ସୁବିଧା ସୁଯୋଗ ପାଇପାରୁନାହାନ୍ତି । ଏଠାରେ ପଛୁଆବର୍ଗମାନେ ଏସବିସି ଭାବରେ ପରିଚିତ ଅଟନ୍ତି । ଏଟାରେ ପଛୁଆବର୍ଗମାନେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ପାଉଛନ୍ତି । ପେସା କାନୁନ ୧୯୪୬ କୁ ଶକ୍ତିଶାଳି କରାଯାଉନାହିଁ । ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ସମସ୍ତ ସରକାରୀ ଅନୁଷ୍ଠାନକୁ ବେସରକାରୀ କରଣ କରାଯାଉଅଛି । ଏହିଭଳି ବିଭିନ୍ନ ପ୍ରକାର ସାମ୍ବିଧାନିକ ବିରୋଦ୍ଧି କାର୍ଯ୍ୟ ବିରୁଦ୍ଧରେ ବହୁଜନ କ୍ରାନ୍ତିମୋର୍ଚ୍ଚା ଦେଶର ୨୪ ଗୋଟି ରାଜ୍ୟରେ ସମ୍ବିଧାନ ବଞ୍ଚାଓ ଦେଶ ବଞ୍ଚାଓ ଆନ୍ଦୋଳନ କରୁଥିବା ପରିପ୍ରେକ୍ଷୀରେ ଗତକାଲି ସ୍ଥାନୀୟ ଛଉପଡିଆଠାରେ ରାଷ୍ଟ୍ରିୟବ୍ୟାପି ପରିବର୍ତ୍ତନ ଯାତ୍ରା ବହୁଜନ କ୍ରାନ୍ତିମୋର୍ଚ୍ଚା ମୟୁରଭଞ ଶାଖାଦ୍ୱାରା ଅନୁଷ୍ଠାନ ଏକ ସମାବେଶରେ ଅତିଥିଭାବେ ସହସଂଯୋଜକ ବହୁଜନ କ୍ରାନ୍ତିମୋର୍ଚ୍ଚା ଭାଞିଭାଇ ରାଠୋଡ , ସଭାପତି ଭାରତ ମୁକ୍ତିମୋର୍ଚ୍ଚା ଓଡିଶା ସରୋଜ କୁମାର ସେଠୀ , ବହୁଜନ ସଂଗଠକ ଭୋଜମୋହନ ବେହେରା , ସଭାପତି ଦଳିତ ଆଦିବାସୀ ମହାସଂଘ ରାକେଶ ସିଂ , ପୁର୍ବତନ ରାଜ୍ୟସଭା ସାଂସାଦ ବୀରଭଦ୍ର ସିଂ , ଜେଏମଏମ ଦଳର କାର୍ଯ୍ୟକର୍ତ୍ତା ରାମେଶ୍ୱର କିସ୍କୁ , ଆଇନଜିବୀ ବସନ୍ତ କୁମାର ମହାନ୍ତ ,ସଂଯୋଜକ ପେଷାଗ୍ରାମସଭା ପାଣ୍ଡୁରାମ ହେମ୍ବ୍ରମ , ସଭାପତି ପେଷାଗ୍ରାମସଭା ସୁନାରାମ ସୋରେନ , ସଭାପତି ମାରିସା ଅର୍ଜୁନ ମୁର୍ମୁ ,ସୁଦାମ ମାଝୀ , ହେମସ୍ପିତା ନାୟକ ,ସଭାପତି ଓଡିଶା ମୁଣ୍ଡା ଛାତ୍ର ସମାଜ ମଙ୍ଗଲ ସିଂ , ସବାପତି ଖେରଓାଲ ଉତନାଓ ଫାଉଣ୍ଡେସନ ରବିନ୍ଦ୍ର ନାଥ ମୁର୍ମୁ , ଭାରତୀୟ ବିଦ୍ୟାର୍ଥି ମୋର୍ଚ୍ଚା ସଂପାଦକ ଶିବାନ କୁମାର ମାରାର୍ଣ୍ଡି , ପୂର୍ଣକାଳୀନ ବହୁଜନ ସଂଗଠକ ଗୁରୁଚରଣ ଗାଗରାଇ ପ୍ରମୁଖ ଯୋଗଦେଇ ଏହିଭଳି ସାମ୍ବିଧାନିକ ବିରୋଦ୍ଧୀ କାର୍ଯ୍ୟ ବିରୋଦ୍ଧରେ ଆନ୍ଦୋଳନକୁ ଆଗକୁ ଆହୁରି ତୀବ୍ରତର କରାଯିବ ବୋଲି ପ୍ରକାଶ କରିଥିଲେ । ପରିଶେଷରେ ବହୁଜନ କ୍ରାନ୍ତିମୋର୍ଚ୍ଚା ମୟୁରଭଞ ଶାଖାର ସବାପତି କୈଳାଶ ଚନ୍ଦ୍ର ଟୁଡୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.