ବାଲୁଗାଁ ହରିକୁଣ୍ଡ ବରଡ଼ି ନିକଟରେ ଓଲଟିଲା ବୋଲେରୋ, 10 ଗୁରୁତର lll

16

ବାଲୁଗାଁ( ସେକ କୌସର ): ଆଜି ସକାଳେ ବାଲୁଗାଁ ହରିକୁଣ୍ଡ ବରଡ଼ି ନିକଟରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗାଡି ଓଲଟି ପଡିଥିବାର ଜଣାପଡିଛି। ଏଥିରେ 8 ଆଶା କର୍ମୀଙ୍କ ସହ ଜଣେ ନାବାଳିକା ଓ ବୋଲେରୋ ଚାଳକ ଗୁରୁତର ହୋଇଥିବାର ଜଣାପଡିଛି।ଖବର ପାଇ ଘଟଣା ସ୍ଥଳରେ ଚିଲିକା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି।ଗୁରୁତର ମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ଗୁରୁତର ହୋଇ ପଡିଥିବା 8 ଜଣ ମହିଳା ଆଶା କର୍ମୀ ବୋଲି ଜଣା ପଡିଛି। ସମସ୍ତେ ବୁଲା ବୁଲି ସାରି କୋରାପୁଟରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରୁ ସମ୍ମୁଖୀନ ହୋଇଛନ୍ତି। ସମସ୍ତଙ୍କ ଘର ଯାଜପୁର ଜିଲ୍ଲା ହରିଦାସପୁର ଆଞ୍ଚଳରେ ବୋଲି ଜଣାପଡିଛି।ଗୁରୁତର ସମସ୍ତ ଆଶାକର୍ମୀ ମାନଙ୍କୁ ଅଧିକ ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.