୫ମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0

ବାଦଲ ଏକାଡେମୀ ଭଦ୍ରକକୁ ୪-୦ ଗୋଲରେ ହରାଇ ଜଗା ୟୁନାଇଟେଡ଼ ଭୁବନେଶ୍ବର ୧ମ ସେମିଫାଇନାଲକୁ ଉନ୍ନିତ

ଓଡ଼ଗାଁ, ୨୪।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ୫ର୍ଥ ସର୍ବଭାରତୀୟ ଓଡ଼ଗାଁ କପ୍ ଫୁଟବଲ ଟୁନାମେଟ ୨୦୨୩ ସ୍ଥାନୀୟ ମିନିଷ୍ଟାଡ଼ିୟମ୍ ଠାରେ ରବିବାର ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଖେଳ ଆରମ୍ଭ ପୂର୍ବରୁ ପୂର୍ବତନ ବରିଷ୍ଟ ଫୁଟବଲ ପ୍ଳେୟାର ଓ ଯୁବ ଖେଳାଳିମାନଙ୍କ ଦ୍ବାରା ଶ୍ରୀ ରଘୁନାଥ ଜିଉ ମନ୍ଦିର ପରିସରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ପଡିଆରେ ପହଁଞ୍ଚି ମସାଲ ସ୍ଥାପନା କରିଥିଲେ। ପରେ ନୟାଗଡ଼ ବିଧାୟକ ତଥା ଓଡ଼ଗାଁ ଫୁଟବଲ କପ୍ ସଭାପତି ଡ. ଅରୁଣ କୁମାର ସାହୁ କ୍ରୀଡା ପତାକା ଉୋଳନ କରି ଆନୁଷ୍ଠାନିକ ଭାବେ ଖେଳକୁ ଉଦ୍‌ଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ ବାଦଲ ଏକାଡେମୀ ଭଦ୍ରକ ଓ ଜଗା ୟୁନାଇଟେଡ଼ ଭୁବନେଶ୍ୱର ମଧ୍ୟରେ ଅପରାହ୍ନ ୩ ଘଣ୍ଟା ୧୮ ମିନିଟ ସମୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମାର୍ଦ୍ଧର ୨୨ ମିନିଟରେ ଜଗା ଦଳର ୯ ନଂ ଜର୍ସି ସିଲନ ପ୍ରଥମ ଗୋଲ, ୩୦ ମିନିଟରେ ୩ ନଂ ଜର୍ସି ଆଣ୍ଡ୍ରୋ ଜୁନିୟର ଦ୍ଵିତୀୟ ଗୋଲ ଏବଂ ୩୭ତମ ମିନିଟରେ ୨ ନଂ ଜର୍ସି ସୋମନାଥ ତୃତୀୟ ଗୋଲ ସ୍କୋର କରି ଦଳକୁ ମଜଭୁତ ସ୍ଥିତିରେ ପହଁଞ୍ଚାଇଥିଲେ । ବହୁ ଚେଷ୍ଟା କରି ମଧ୍ୟ ଭଦ୍ରକ ଦଳ ଗୋଟିଏ ବି ଗୋଲ୍ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲେ। ଦ୍ବିତୀୟାର୍ଦ୍ଧର ୧୨ ମିନିଟ ସମୟରେ ଜଗାୟୁନାଇଟେଡ ଦଳର ୧୧ ନଂ ଜର୍ସି ଡେଭିଡ ଚତୁର୍ଥ ଗୋଲ ସ୍କୋର କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ । ଶ୍ରେଷ୍ଠ ଖେଳାଳି ଭାବରେ ଜଗା ୟୁନାଇଟେଡ ଦଳର ଆଣ୍ଡ୍ରୋ ଜୁନିୟର ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ବ୍ଲକ ଅଧ୍ୟକ୍ଷ ତଥା ସାଧାରଣ ସମ୍ପାଦକ ଲୋକନାଥ ସାହୁ, ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ, ସମବାୟ ନିର୍ଦ୍ଦେଶକ ବିଭୁପ୍ରସାଦ ସାହୁ, ନିତ୍ୟାନନ୍ଦ ପ୍ରଧାନ, ଯୁଗ୍ମ ସମ୍ପାଦକ ଦିବାକର ନାୟକ, ବରିଷ୍ଠ ଆଇନଜୀବୀ ଗୋବିନ୍ଦଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ସରପଞ୍ଚ ସସ୍ମିତା ପାତ୍ର, ଶାରଦା ଦୋରା, ସୁଶ୍ରୀ ଶ୍ରାବଣୀ ବିଶ୍ୱାଳ, ମହନ୍ତ ବେହେରା, ଶ୍ୱେତାଲିନା ମିଶ୍ର ଓ ଓଡ଼ଗାଁ ସାମ୍ବାଦିକ ସଂଘର ସଦସ୍ୟ ମାନେ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ରାଜୁ ମହାନ୍ତି, ଅଶୋକ କୁମାର କଅଁର, ଶଶିକାନ୍ତ ଦାସିଆ, ଜଗନ୍ନାଥ ପରିଡା ରେଫରୀ ଭାବରେ ଖେଳ ପରିଚାଳନା କରିଥିବାବେଳେ ସୁଶାନ୍ତ ପାତ୍ର, ନରେଶ ପାଣିଗ୍ରାହୀ, ସାର୍ଥକ ଷଡଙ୍ଗୀ କ୍ରୀଡା ବିବରଣୀ ପ୍ରଦାନ କରିଥିବା ବେଳେ ବହୁ ସ୍ବେଛାସେବୀ ସହଯୋଗ କରିଥିଲେ। ଆସନ୍ତାକାଲି ରାମଧୂନ କ୍ଳବ ସୋନପୁର ଏବଂ ୟଙ୍ଗ ଉତ୍କଳ କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

Leave A Reply

Your email address will not be published.