ଡାବୁଗାଁ ବ୍ରାହ୍ମଣ ସମାଜ ର ନୂତନ କମିଟି ଗଠିତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୧୨/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବ୍ରାହ୍ମଣ ସମାଜ ର ନୂତନ କମିଟି ଓ କର୍ମକର୍ତ୍ତା ଚୟନ ହୋଇଛି। ଡାବୁଗାଁ ସଦର ଡଙ୍ଗରିଗୁଡ଼ା ସ୍ଥିତ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକ ରେ କାର୍ଯ୍ୟକାଳ ସରି ଯାଇଥିବାରୁ ପୁରୁଣା କମିଟି କୁ ଭଙ୍ଗ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା। ପୂର୍ବତନ ବ୍ଲକ ବ୍ରାହ୍ମଣ ସମାଜ ସଭାପତି ଧୀରେନ୍ଦ୍ର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ପ୍ରଥମେ ଓଁକାର ଧ୍ଵନୀ ଓ ଗାୟତ୍ରୀ ମନ୍ତ୍ର ପାଠ କରାଯାଇ ଥିଲା। ଗତ ତିନିବର୍ଷ ମଧ୍ୟରେ ପୂର୍ବତନ ସଭାପତି ଧୀରେନ୍ଦ୍ର ତ୍ରିପାଠୀ ତାଙ୍କ ଅଭିଜ୍ଞତା ସମ୍ପର୍କରେ କହିଥିଲେ। ଏହା ପରେ ନୂତନ କମିଟି ଗଠନ କରାଯାଇଥିଲା।ଏଥିରେ ଶିବ ପ୍ରସାଦ ମିଶ୍ର ଙ୍କୁ ସଭାପତି, ସଞ୍ଜୟ କୁମାର ପାଢୀ ଙ୍କୁ ସମ୍ପାଦକ, ଗୋପାଳ କୃଷ୍ଣ ପାତ୍ର ଙ୍କୁ କୋଷାଧ୍ୟକ୍ଷ , ଲକ୍ଷ୍ମୀକାନ୍ତ ରଥ ଙ୍କୁ ହିସାବ ନିରିକ୍ଷକ, ରାମେଶ୍ବର ପାଣିଗ୍ରାହୀଙ୍କୁ ଉପ ସଭାପତି ତଥା ପୁପୁନ ପଣ୍ଡା ଙ୍କୁ ସହ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ସେହିପରି ଉପଦେଷ୍ଟା ମଣ୍ଡଳୀ ରେ କାଶୀନାଥ ତ୍ରିପାଠୀ, ଅଜୟ ବଲ୍ଲଭ ପଣ୍ଡା, ଧୀରେନ୍ଦ୍ର ତ୍ରିପାଠୀ, ତ୍ରିନାଥ ଦାସ,ଗଦାଧର ରଥ , ପ୍ରକାଶ ଚନ୍ଦ୍ର ପଣ୍ଡା ଓ ସୁରେନ୍ଦ୍ର କୁମାର ମିଶ୍ର ଙ୍କୁ ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତା ଙ୍କୁ ଉପ ଢଉକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ୧୯୯୬ ମସିହାରୁ ଡାବୁଗାଁ ରେ ବ୍ରାହ୍ମଣ ସମାଜ ଗଠନ ହୋଇଥିବା ବେଳେ ଏହାର ନୀତି ଓ ଆଦର୍ଶ ମାନି ଚାଲିବାକୁ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଗଣେଶ୍ୱର ଦାଶ, ଶରତ ଚନ୍ଦ୍ର ଷଡଙ୍ଗୀ, ପ୍ରକାଶ ମହାପାତ୍ର, ଗୋବିନ୍ଦ ପଣ୍ଡା,ସରୋଜ ମିଶ୍ର, ଦୁର୍ଗା ରଥ, ସତ୍ୟ ନାରାୟଣ ଚୌଧୁରୀ, ସଞ୍ଜୟ ଶତପଥୀ, ପ୍ରଦୀପ ସାହୁ, ଲାଲୁ ପାତ୍ର, ଦୀନବନ୍ଧୁ ଗନ୍ତାୟତ ଓ ମନ ମଥ ପଣ୍ଡା ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.