କନ୍ଧମାଳ: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଂଗଠନ କନ୍ଧମାଳ ପିପୂଲସ୍ ଫୋରମ୍ KPF ପକ୍ଷରୁ 5T ଓ ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭି କେ ପାଣ୍ଡୀଆନଙ୍କୁ ସାକ୍ଷାତ କରି କନ୍ଧମାଳ ଜିଲ୍ଲାରେ ଚାଲିଥିବା ସରକାରୀ ମେଡ଼ିକାଲ୍ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5t ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି | ତା ସହିତ କନ୍ଧମାଳ ଜିଲ୍ଲାର ମନ୍ଦିର,ମଠ, ଚର୍ଚ୍ଚ ଓ ମସଜିଦ୍ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ଧନ୍ୟବାଦ୍ ଦେଇଛନ୍ତି। ତତ୍ ସହିତ କନ୍ଧମାଳ ଜିଲ୍ଲାର ଫୁଲବାଣୀ ମେଡ଼ିକାଲ୍ ରେ ଡାକ୍ତର ସମସ୍ୟା ସମାଧାନ, ସରକାରି ଜାଗା ( encrochment land)ରେ ଘର କରିଥିବା ଲୋକଙ୍କୁ ସ୍ଥାୟୀ ଘରବାରୀ ପଟ୍ଟା ଯୋଗାଇବାକୁ ଦାବି କରିଛନ୍ତି। ସମ୍ବଲପୁର ଗୋପାଳପୁର ଭାୟା ଫୁଲବାଣୀ ରେଳ ଲାଇନ୍ ଫୁଲବାଣୀ ସଦର ମହକୁମାକୁ ସଂଲଗ୍ନ କରିବା ସହିତ କନ୍ଧମାଳ ଜିଲ୍ଲାକୁ ଇକୋ ଟୁରିଜୀମ ହବ୍ ପାଇଁ ଦାବି କରିଛନ୍ତି, ଏଭଳି ପାଞ୍ଚ ଦଫା ଦାବି ପୂରଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ବୋଲି KPF ପ୍ରତିଷ୍ଠାତା ତଥା ସଭାପତି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ସୁଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.