ଉଚ୍ଚ ଶିକ୍ଷା ବିଭାଗ ଉପସଚିବଙ୍କ ଅଞ୍ଚଳ ମହାବିଦ୍ୟାଳୟ ପରିଦର୍ଶନ

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ରେ ନୂଆ-ଓଡ଼ିଶା ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ, ସାମାଜିକ ଏବଂ କ୍ରୀଡା କାର୍ଯକ୍ରମ ଗୁଡ଼ିକର ସମୀକ୍ଷା ଉଚ୍ଚ ଶିକ୍ଷା ବିଭାଗ ର ଉପସଚିବ ଶ୍ରୀ ରଞ୍ଜନ ଦାସ ସମୀକ୍ଷା କରିଥିଲେ। ଶ୍ରୀ ଦାସ, ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ଏବଂ ନୂଆ-ଓ କାର୍ଯକ୍ରମ ର ନୋଡ଼ାଲ ଅଫିସର ଶ୍ରୀ ନବ କୃଷ୍ଣ ମିଶ୍ରଙ୍କ ସହିତ ବିଭିନ୍ନ କାର୍ଯକ୍ରମଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ପଞ୍ଚାୟତ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଶ୍ରୀ ମାନଭଞ୍ଜନ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିଦର୍ଶନ ରେ ମହାବିଦ୍ୟାଳୟର ଡ଼ଃ ବିରଞ୍ଚି ସାହୁ, ଶ୍ରୀ ତାରାପ୍ରସାଦ ଶତପଥୀ, ଶ୍ରୀ ପ୍ରମୋଦ ତ୍ରିପାଠି, ଶ୍ରୀ ପ୍ରଭାତ ମହାପାତ୍ର, ଡ଼ଃ ତୁଷାରକାନ୍ତ ସାହୁ, ଡ଼ଃ ସରୋଜ ନାଏକ, ଶ୍ରୀ ସନ୍ତୋଷ ମିଶ୍ର, ଶ୍ରୀ ସଞ୍ଜୟ ଟିଗା, ଶ୍ରୀ ବାଲଗୋପଲ୍ ମେହେର, ଶ୍ରୀ ପ୍ରମୋଦ ପାଣିଗ୍ରାହୀ, ଡ଼ଃ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ସଦାନନ୍ଦ ଭୋଇ, ଶ୍ରୀ ଭୁବନେଶ୍ୱର ବରିହା ଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.