ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ନିର୍ବାଚନ ଆୟୋଗ

0 2

କେଉଁ ଅଫିସର ରହିବେ ବା ରହିବେନି ଜିଲ୍ଲାରେ !!!

Imageନୂଆଦିଲ୍ଲୀ : ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ନିର୍ବାଚନ ଆୟୋଗ | ଜାରି କରିଛନ୍ତି ଚିଠି ଚାରି ରାଜ୍ୟ ଯଥା ଆନ୍ଧ୍ର, ଓଡିଶା, ଅରୁଣାଚଳ ପ୍ରଦେଶ ଓ ସିକିମର ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ | ସରକାରୀ ଅଧିକାରୀଙ୍କ ପୋଷ୍ଟିଙ୍ଗ ଓ ବଦଳି ନେଇ ଜାରି କଲେ ନିର୍ଦ୍ଦେଶାବଳୀ | ନିର୍ବାଚନ ସହିତ ପ୍ରତ୍ୟକ୍ଷଭାବେ ସମ୍ପୃକ୍ତ ଥିବା କୌଣସି ଅଫିସରଙ୍କୁ ସେହି ଜିଲ୍ଲାରେ ରହିବାକୁ ଦିଆଯିବ ନାହିଁ ଯଦି ସେ ସମ୍ପକ୍ତ ଜିଲ୍ଲାର ବ୍ୟକ୍ତି ହୋଇଥିବେ ଅବା ସେହି ଜିଲ୍ଲାରେ ଚାରିବର୍ଷ ରହିଥିବେ ଅବା ୩୦ ଜୁନ ୨୦୨୪ କୁ ତିନିବର୍ଷ କାର୍ଯ୍ୟ ପୂର୍ଣ୍ଣ କରୁଥିବେ ବୋଲି କମିଶନ ତାଙ୍କ ଚିଠିରେ ଉଲ୍ଲେଖ ରଖିଛନ୍ତି |

Leave A Reply

Your email address will not be published.