ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ ଉର୍ଜ୍ଜା-2023 ଉତ୍ସାହ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ରୋଶନ୍ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ମୁଖ୍ୟ ଅତିଥି ରୁପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ ସମ୍ମାନୀତ ଅତିଥି ରୂପେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଭଞ୍ଜନଗର ଶାଖା ପରିଚାଳକ ମୋହିତ୍ ରଞ୍ଜନ ପାତ୍ର, ଉତ୍କଳ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଳା ସାଧାରଣ ସମ୍ପାଦକ ତଥା ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, କୃଷ୍ଣଚନ୍ଦ୍ର ପଟ୍ଟନାୟକ,କୁଶପଲ୍ଲୀ ଉପ୍ରା ବିଦ୍ୟଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅର୍ଜ୍ଜୁନ ସାହୁ, ବଡ଼ପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଡ. ଦୁର୍ଗାପ୍ରସାଦ ମିଶ୍ର,ଶିକ୍ଷକ ସୀତାକାନ୍ତ ତ୍ରୀପାଠି ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ପାଇଁ ବାର୍ଷିକଉତ୍ସବର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଏହି ଅବସରରେ ବିଭିନ୍ନ ବିଭାଗରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ପ୍ରଶଂସା ପତ୍ର ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ I ଊତ୍ତମ ଛାତ୍ରୀ ଭାବେ ବରିଷ୍ଠ ବିଭାଗରେ ଶାଶ୍ୱତୀ ମିଶ୍ର, କନିଷ୍ଠ ବିଭାଗରେ ତେଜସ୍ୱୀନୀ ପାତ୍ର ଏବଂ ଛାତ୍ରୀ ତୁଳସୀ ବାଡ଼ତ୍ଯା ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର୍ ପୁରସ୍କାର ହାସଲ କରି ଏହାକୁ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନିଜ ବାପା ମାଆଙ୍କୁ ସମର୍ପିତ କରିଥିଲେ I ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା I ଏହି ଅବସରରେ ବିଦ୍ୟାଳୟରେ ଡ଼େପୁଟେସନ୍ ରେ କାର୍ଯ୍ୟକରିଥିବା ଶିକ୍ଷକ ଡ଼. ଦୁର୍ଗାପ୍ରସାଦ ମିଶ୍ର, ସନାତନ ନାୟକ, ସନ୍ତୋଷ କୁମାର ସାହୁ, ସୀତାକାନ୍ତ ତ୍ରୀପାଠୀ,ରବିନାରାୟଣ ସାହୁ, ହୃଷିକେଷ ଗମାଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା Iସଂସ୍କୃତ ଶିକ୍ଷୟିତ୍ରୀ ମମତା ସାହୁ ବେଦ ପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ସାହୁ ସଭା ସଞ୍ଚାଳନ କରିଥିଲେ I ଶିକ୍ଷକ ପ୍ରଶାନ୍ତ,ସୌରଭ,ସଦାଶିବ, ସନ୍ତୋଷ, ରଜତ, ରଜନୀକାନ୍ତ,ସଂଗ୍ରାମ,ଶିକ୍ଷୟିତ୍ରୀ ଲିପିକା, ହରିପ୍ରିୟା, ବର୍ଷା, ପଦ୍ମୀନି, ରଶ୍ମିତା, ପ୍ରାଚୀପ୍ରଭା,କର୍ମଚାରୀ ରାମ,ଲକ୍ଷ୍ମଣ,ସୁନୀତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ରୋଜାଲିନ୍ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.