ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ତଥା ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୁରାତନ ଛାତ୍ର ଭାଗବତ ପାଢୀ , ବିଶିଷ୍ଠ ଅତିଥି ଭାବେ ମିରାକାଲ୍ ଡ୍ୟାନ୍ସ ଷ୍ଟୁଡିଓ ର ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତି , ସ୍ଵତନ୍ତ୍ର ଅତିଥି ଭାବେ ଲିଙ୍ଗରାଜ ଦାଶ , ସମ୍ମାନିତ ଅତିଥି ଭାବେ ବାବୁଲି ରାଜଗୁରୁ , ନିମାଇ ପାତ୍ର , ସସ୍ମିତା ଗନ୍ତାୟତ ଯୋଗ ଦେଇଥିଲେ।
ଶିକ୍ଷା ଗ୍ରହଣ ସହିତ ଶିକ୍ଷା ଆନୁସାଙ୍ଗିକ ଗୀତ , ନୃତ୍ୟ , ସଙ୍ଗୀତ , ଅଭିନୟ , ତର୍କ , ଭାଷଣ , ଚିତ୍ର , କୁଇଜ୍ , ମାନବସେବା , ସମାଜ ଗଠନ ଦିଗରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜକୁ ନିୟୋଜିତ କରିବା ପାଇଁ ସଦାସର୍ବଦା ଉଜ୍ଜୀବିତ ରହିବା ଆବଶ୍ୟକ ବୋଲି ଅତିଥି ଗଣ ଉଦବୋଧନ ଦେଇଥିଲେ।
ରାମ ଶଙ୍କର ଗନ୍ତାୟତ , ରଶ୍ମିତା ନନ୍ଦ , ସୁଜାତା ନନ୍ଦ , ମଧୁସ୍ମିତା ଦାଶ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷିକା ଙ୍କୁ ପ୍ରମାଣ ପତ୍ର ପୁରସ୍କାର ମେଡାଲ ଏବଂ ମେମେଟୋ ଦେଇ ସମାନ କରାଯାଇଥିଲା। ଶେଷରେ ଓଡ଼ିଶୀ ଏବଂ ଆଧୁନିକ ନୃତ୍ୟ , ଏକକ ଅଭିନୟ ଛାତ୍ର ଛାତ୍ରୀ ମାନେ ପରିବେଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.