ଓଷ୍ଟା ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

0 2

ଓଡ଼ଗାଁ,୨୦।୧୩(ଶ୍ରୀକାନ୍ତ କୁମାର ମିଶ୍ର): ଶିଶୁ ମାନଙ୍କ ମନରେ ଉତ୍ସାହ ଭରିଦେବା ସହିତ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଷ୍ଟା ଜିଲ୍ଲା ସଭାପତି ଅଯୋଧ୍ୟାନାଥ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ମୁଖ୍ୟ ବକ୍ତା ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ବିଶିଷ୍ଟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ପ୍ରଧାନଶିକ୍ଷକ ବିଜୟ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ ଓ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଡ଼ ସାହୁ ସମୟକୁ ଯିଏ ସଦୁପଯୋଗ କରେ ତାର ଭବିଷ୍ୟତ ଉଜ୍ଜ୍ୱଳ ଓ ଗୌରବମୟ ହୋଇ ପାରିବ ।

ସମୟର ସିଡିକୁ ସଠିକ ଢ଼ଙ୍ଗରେ ଚଢ଼ି ପାରିଲେ ଭବିଷ୍ୟତରେ ଏକ ଉତ୍ତମ ଜୀବନଶୈଳୀ ମିଳିପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଓଷ୍ଟା ସମ୍ପାଦକ ପରମାନନ୍ଦ ଦଳାଇ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ନିରାକାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯକ୍ରମର ଅନ୍ତିମ ପର୍ଯ୍ୟାୟରେ ପଣ୍ଡିତ ଜଳନ୍ଧର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.