ବରଗଡ :- କ୍ରୀଡାକୁ ବିଗତ କିଛି ବର୍ଷ ହେଲା ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ସେହି ଭଳି ରାଜ୍ୟ ସରକାର ଖେଳାଳି ମାନଙ୍କୁ ତଥା ଅନେକ ଖେଳର ଜାତୀୟ ଦଳର ସମ୍ପୁର୍ଣ୍ଣ ଭାର ମଧ୍ୟ ତୁଲାଉଛନ୍ତି । ଯେମିତି ଆଜି ଆମ ଜାତୀୟ ଖେଳ ହକି | ଅନେକ ବର୍ଷ ହେଲା ହକି ଏକ ପ୍ରକାର ଅବହେଳିତ ହୋଇ ରହିଥିଲା । ଭାରତରେ ହକି ଖେଳା ଯାଉଛି କି ନାହିଁ ତାହା ଜଣା ପଡୁ ନ ଥିଲା । ଓଡିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ଦାଇତ୍ୱ ନେବା ପରେ ପୁନର୍ବାର ହକି ପୁନର୍ଜିବିତ ହେବାରେ ଲାଗିଛି । ସେହିଭଳି ଚଳିତ ବର୍ଷ ଅନ୍ୟାନ୍ୟ କିଛି ଖେଳ ପ୍ରତି ଯୁବ ସମାଜ କୁ ଆକୃଷ୍ଟ କରିବା ପାଇଁ , ରାଜ୍ୟ ସରକାର ଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ ହେଲା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ କବାଡି, ଖୋଖୋ, ଭଳିବଲ, କ୍ରିକେଟ, ଭଳି ଖେଳର ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଆଜି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ଉଦଯାପିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ହୋଇଥିବା ପ୍ରତିଯୋଗିତା ଗୁଡିକ ଦୀର୍ଘ ୭ ଦିନ ଧରି ଚାଲିଥିବା ଆଜି ଏହି କ୍ରୀଡ଼ା ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧା, ଜିଲ୍ଲାପରିଷଦ ଜୋନ ୧ ସଦସ୍ୟ ସୁଶିଲ ମରାଇ, ଜିଲ୍ଲାପରିଷଦ ଜୋନ ୨ ର ସନ୍ତୋଷ କୁମାର ବେହେରା ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କ୍ରୀଡା ପ୍ରତିଯୋଗିତା ରେ ୧୮ ରୁ ୨୫ ବର୍ଷର ବାଳକ ବାଳିକା ଅଂଶଗ୍ରହଣ କରିଥିଲେ l କ୍ରିକେଟ, ଫୁଟବଲ୍, କବାଡ଼ି, ଭଲିବଲ୍, ଖୋ ଖୋ ଖେଳ ଅନୁଷ୍ଠିତ ହୋଇଥିଲା l ଖୋ ଖୋ ମହିଳା ବିଭାଗରେ ପଞ୍ଚାୟତ ହାଇସ୍କୁଲ ଝାରବନ୍ଧ ଚାମ୍ପିଆନ୍ ହୋଇ ଥିବା ବେଳେ ପୁରୁଷ ବିଭାଗରେ ପଞ୍ଚାୟତ ହାଇସ୍କୁଲ ଝାରବନ୍ଧ, କବାଡ଼ି ମହିଳା ବିଭାଗରେ ଜୁନିଅର କଲେଜ ଝାରବନ୍ଧ, ପୁରୁଷ ବିଭାଗରେ ବଜରଙ୍ଗ କବାଡ଼ି ଦଳ ପୁଟକା, ଭଲି ବଲ ରେ ଜାମପାଲି ଦଲ, ଫୁଟବଲ୍ ରେ ସଂକୀ ଦଳ, କ୍ରିକେଟ ରେ ଭୈଷା ଦରହା କ୍ରିକେଟ ଦଳ ଚାମ୍ପିଅନ ହୋଇଥିଲା l ସମସ୍ତ ବିଜେତା ଓ ଉପବିଜେତା ଦଳଗୁଡ଼ିକୁ ଅତିଥିମାନେ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ବ୍ଲକ ଅତିରିକ୍ତ ବିଡିଓ ଭୀଷ୍ମ ଦେବ ମାଝୀ ସମେତ ସମସ୍ତ ବ୍ଲକ ଅଫିସ କର୍ମଚାରୀ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.