ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପିମୁମେଣ୍ଟସ୍ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବିଉଟିଶୀୟନ୍ ୱେଲ୍ଲଫାର ଆସେସେସନ ର ମିଳିତ ପୁରୀ ଜିଲ୍ଲା ସଂସ୍କୃତି ଭବନ ରେ ଡଃ ଆଲୋକ କୁମାର ବୋଷ ଇଣ୍ଡିଆନ ଗ୍ଲୋରୀ ଆୱାର୍ଡ଼ ୨୦୨୩ ରେ ସମ୍ମାନିତ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରାରମ୍ଭିକ ଭାବେ ଅଭିଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜାତୀୟ ଓ ରାଜ୍ୟର ପ୍ରତିଭାବନ ବ୍ୟକ୍ତି ମାନଙ୍କୁ ଚୟନ କରି ସମ୍ମାନିତ ସହ ସମ୍ବର୍ଦ୍ଧିତ କରିଥିଲେ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହକୁମା ଡଃ. ଆଲୋକ କୁମାର ବୋଷ ଙ୍କୁ ସମାଜ ସେବା ପାଇଁ ଇଣ୍ଡିଆନ ଗ୍ଲୋରୀ ଆୱାର୍ଡ଼ – ୨୦୨୩ ଦ୍ୱାରା ମୋମେଣ୍ଟ , ସାର୍ଟିଫିକେଟ , ଉତ୍ତରୀୟ ଦେଇ ସମ୍ମାନିତ କରାଯାଇ ସମ୍ମାନରେ ସମ୍ମାନିତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୁରୀ ବିଧ୍ୟାୟକ ଜୟନ୍ତ ଷଡ଼ଙ୍ଗୀ , ସମ୍ମାନୀୟ ଅତିଥି ଭାରତ ମସଲା ର ପ୍ରତିଷ୍ଠାତା ଶ୍ରୀ ସୁରେନ୍ଦ୍ର ପଣ୍ଡା , ରାଜନେତା ଓ କବି ଶଙ୍କର ପରିଡ଼ା ସମାଜସେବୀ ବନ୍ଦନା ହରିଚନ୍ଦନ , ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୂତି ଚାନ୍ଦ , ପଦ୍ମ ଶ୍ରୀ ପ୍ରଭାକର ମହାରଣା , ଫିଲିମ୍ ଡାଇରେକ୍ଟର ଅଶୋକ ପତି ଉପସ୍ଥିତ ଥିଲେ । ଡଃ ଆଲୋକ କୁମାର ବୋଷ ସମାଜ ସେବା ପାଇଁ ପୂର୍ବରୁ ଅନେକ ରାଜ୍ୟରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲା ବେଳେ ଜଗନ୍ନାଥ ପୁରୀ ଧାମରେ ସମ୍ମାନିତ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମ କୁ ଶିବାନନ୍ଦ ବାରିକ୍ ପରିଚାଳନା କରିଥିବାବେଳେ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରୁଥିଲେ। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ।
Sign in
Sign in
Recover your password.
A password will be e-mailed to you.