ପଦ୍ମପୁର /ଶିବାଶିଷ ପଟ୍ଟନାୟକ :– ସ୍ଥାନୀୟ ଟାଉନ୍ ଉଚ୍ଚିଦ୍ୟାଳୟ ପରିସରରେ ରାଜ ବୋଡାସମ୍ବର୍ ବ୍ଲକ ଓଷ୍ଟାର ବ୍ଲକ୍ ସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ପ୍ରମୋଦ ନାଥ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ ଉତ୍ସବରେ ସହ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଶିବପ୍ରସାଦ ଯୋଶୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ l ସହ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ରାମସିଂ ଭୋଇ, ରାଜ୍ୟ ଓଷ୍ଟା ଉପଦେଷ୍ଟା ସତ୍ୟନାରାୟଣ ତ୍ରିପାଠୀ, ଜିଲ୍ଲା ଓଷ୍ଟା ଉପଦେଷ୍ଟା ପ୍ରୀତିରଞ୍ଜନ ପ୍ରଧାନ , ଟାଉନ୍ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପବିତ୍ର ସାହୁ ସମ୍ମାନୀତ ଅତିଥିଭାବରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ ଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ଉଦ୍ଦିଷ୍ଟ ବୋଲି ସମସ୍ତେ ମତବ୍ୟକ୍ତ କରିବା ସହ ଓଷ୍ଟାର ଏହି ପ୍ରୟାସକୁ ଉଚ୍ଚପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଅଶୋକ ବହିଦାର, ଶ୍ରୀ ସୁରେନ୍ଦ୍ର ସାହୁ,ଶ୍ରୀ ରମେଶ ଗୁର୍ଲା,ଶ୍ରୀ ଶେଷଦେବ ମେହେର, ଶ୍ରୀ ଚୂଳସୁନ୍ଦର ମେହେର, ଶ୍ରୀ ବୀରେନ୍ଦ୍ର ପ୍ରଧାନ, ଶ୍ରୀ ଯୁଗଳ ଭୋଇ,ଶ୍ରୀ ରାମଚନ୍ଦ୍ର ପ୍ରଧାନ, ଶ୍ରୀ ଗୋବିନ୍ଦ ସାହୁ, ଶ୍ରୀ ଅଜିତ୍ ପାତ୍ର,ଶ୍ରୀ ସରୋଜ ସ୍ବାଇଁ , ଶ୍ରୀମତୀ ନନ୍ଦିନୀ ମିଶ୍ର ବିଚାରକ ଭାବରେ ଯୋଗଦାନକରି ପ୍ରତିଭା ଚୟନ କରିଥଲେ। ଏଥିରେ ଶ୍ରୀ ନବୀନ ମେହେର ଓ ଶ୍ରୀ ଚନ୍ଦ୍ରଶେଖର ବାରିକ୍ ବିଶେଷ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦ ଟି ସ୍କୁଲରୁ ୧୫୦ ଜଣ ପ୍ରତିଯୋଗୀ ଭାଗନେଇଥିଲେ। ଏହି ପ୍ରତିଯୋଗିତା ରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଆସନ୍ତା ଡ଼ିସେମ୍ବର ୨୩ ତାରିଖରେ ବରପାଲିଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଶ୍ରୀ ଉଜ୍ଜଳ ସାହୁ, ଶ୍ରୀ ରାଜ ଖୁଟୁଲା,ଶ୍ରୀ ଲକ୍ଷ୍ମଣ ପଟେଲ ଖାଦ୍ୟପେୟର ସୁବ୍ୟବସ୍ଥା କରିଥିବା ବେଳେ ଶ୍ରୀ ମିତ୍ରଭାନୁ ସାହୁ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦକ ଶ୍ରୀ ପ୍ରସନ୍ନ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post