ସମସ୍ତ କଲେଜରେ ଗଢ଼ା ହେବ ‘ଆଲୁମନି ସେଲ୍’

0 2
  • ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨ ମହାବିଦ୍ୟାଳୟ ସାମିଲ

  • ଏନ୍.ଏସ.ଏସ., ରେଡ଼କ୍ରସ୍ ସ୍ବଚ୍ଛାସେବୀଙ୍କ ଉପରେ ଦାୟିତ୍ଵ

  • ଆଲୁମନିଙ୍କୁ ଯୋଡ଼ିବେ, ଜନ ସେବାରେ ସାମିଲ ହେବେ

ଭୁବନେଶ୍ୱର: ‘ମୋ କଲେଜ’ ଅଧିନରେ ଥିବା ରାଜ୍ୟର ସମସ୍ତ ମହାବି ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ‘ଆଲୁମନି ସେଲ ଗଠନ ହେବ। ସମ୍ପର ଶିକ୍ଷାନୁଷ୍ଠାନରେ ଅଧୟନ କରୁଥିବା ୧୦ଜଣ ବିଦ୍ୟାର୍ଥୀଙ୍କୁ ନେଇ ଏହି ସେଲର ସଂରଚନା ନା ହେବ । ବିଶେଷ କରି ଏନ୍.ଏସ. 1.ଏସ., ରେଡ଼କ୍ରସ୍ ଭଳି ବିଭାଗ ଭାଗ ସହ ଯୋଡ଼ି ହୋଇଥିବା ବିଦ୍ୟାର୍ଥୀ ଏହାର ପ୍ରମୁଖ ପରିଚାଳନା ଦାୟିତ୍ଵ ସମ୍ଭାଳିବେ । ସେଲ୍‌ର ବିଦ୍ୟାର୍ଥୀ ସଦସ୍ୟମାନେ ସିଧାସଳଖ ‘ମୋ କଲେଜ’ ସଂଯୋଜକ କଲେଜ ଅଧ୍ୟକ୍ଷ ତଥା ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ କରିବେ । ବଡ଼ କଥା ହେଉଛି, ନିଜ ଶିକ୍ଷାନୁଷ୍ଠାନ ସହ ଅଧିକରୁ ଅଧିକ ଆଲୁମିନିଙ୍କୁ ଯୋଡ଼ିବା ନେଇ ଏହି ସେଲ୍ କାର୍ଯ୍ୟ କରିବ । ଆଲୁମିନି ମିଟ୍ ସହ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମରେ ମଧ୍ଯ ସେଲ୍‌ର ସହସ୍ୟମାନେ ନିଜକୁ ସାମିଲ କରିବେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ସମୁଦାୟ ୧୨ ଗୋଟି ମହାବିଦ୍ୟାଳୟରେ ଏହି ସେଲ୍ ଗଢ଼ା ସରିଛି। ଖୋର୍ଦ୍ଧାର ରାଜଧାନୀ କଲେଜ, ମହର୍ଷି ମହିଳା ଡିଗ୍ରୀ ମହାବିଦ୍ୟାଳୟ, କମଳା ନେହେରୁ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଦେବରାୟ ଡିଗ୍ରୀ ମହାବିଦ୍ୟାଳୟ, ବାଲେଶ୍ୱରର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ଓ ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟ, କଟକର ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟ, ସୁନ୍ଦରଗଡ଼ର ସରକାରୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଭଦ୍ରକର ଅଟଳ ବିହାରୀ ଡିଗ୍ରୀ କଲେଜ, ମୟୂରଭଞ୍ଜର ଲକ୍ଷ୍ମୀକାନ୍ତ ଡିଗ୍ରୀ କଲେଜ ଓ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ଏବଂ କେଉଁଝରର ପତିତପାବନ ଡିଗ୍ରୀ ମହାବିଦ୍ୟାଳୟ ଏଥିରେ ସାମିଲ ହୋଇଛନ୍ତି । ତେବେ ଏହି ସେଲ୍‌ଗୁଡ଼ିକ ଆଲୁମିନି ମିଟ୍ ସହ ରକ୍ତଦା ଦାନ ଶିବିର, ଆଲୋଚନାଚକ୍ର, କର୍ମଶାଳା, ସଚେତନଧର୍ମୀ କାର୍ଯ୍ୟକ୍ରମ, ଆନ୍ତଃକଲେଜ କ୍ରୀଡ଼ା ପ୍ରତିଯୋଗିତା, ବୃକ୍ଷରୋପଣ ଭଳି ଜନସେବା କାର୍ଯ୍ୟକ୍ରମମାନ ଆୟୋଜନ କରିବେ ।

ମଙ୍ଗଳବାର ବାଲେଶ୍ଵରର ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟ ଏବଂ ଭଦ୍ରକର ଅଟଳ ବିହାରୀ ଡିଗ୍ରୀ କ ଡିଗ୍ରୀ କଲେଜ‌ରେ ଆଲୁମିନି ମିଟ୍ ଆୟୋଜିତ ହୋଇଯାଇଛି । ଅଧିକରୁ ଅଧିକ ପୁରାତନ ବିଦ୍ୟାର୍ଥୀଙ୍କୁ ଯୋଡ଼ିବା, ନିଜ ଶିକ୍ଷାନୁଷ୍ଠାନର ବୈଦ୍ଧିକ ତଥା ଆର୍ଥିକ ବିକାଶରେ ସେମା ସମାନଙ୍କର ସ‌ହଭାଗୀତା ଏବଂ ‘ମୋ କଲେଜ ଅଭିଯାନ’ ଆଣିଥିବା ସୁଯୋଗ ନେଇ ‘ଆଲୁମିନି ସେଲ୍’ ଅବଗତ କରାଇଛି । ତେବେ ଏହି ସେଲ ଗଠନ ହେବା ଦ୍ୱାରା ବହୁ ପୁରାତନ ବିଦ୍ୟାର୍ଥୀ ନିଜର ପ୍ରିୟ କଲେଜ ଓ ବିଶ୍ବବିଦ୍ୟାଳୟ ସହ ଯୋ ଯୋଡ଼ି ହୋଇପାରିବେ ଏବଂ ସେମାନଙ୍କ ସହଯୋଗରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏକ ସୁଚିନ୍ତିତ ଶିକ୍ଷା ଅନୁରାଗୀ ପରିବେଶ ସୃଷ୍ଟି ହୋଇପାରିବ ବୋଲି ‘ମୋ କଲେଜ’ ଅଧ୍ଯକ୍ଷ ଶ୍ରୀ ଆକାଶ ଦାସନାୟକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.