ଜମଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ର ବାର୍ଷିକକ୍ରୀଡା ଅନୁଷ୍ଠିିତ l

0 2

ପଦ୍ମପୁର :- ଜମଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଖେଳ ପଡିଆଠାରେ ଡିସେମ୍ବର ୧୮ ଓ ୧୯ ଦୁଇଦିନ ଧରି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା କୁ ପ୍ରଧାନଶିକ୍ଷକ ଶ୍ରୀ ଜିତେନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିବା ବେଳେ ସ୍କୁଲ ପରିଚାଳନା କମିଟିର ଚେୟାରମେନ ଶ୍ରୀ ଉତ୍ତମ ତାଣ୍ଡି ଉଦଯାପିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ଚିତ୍ରସେନ ବେହେରା ଓ ଅବସର ପ୍ରାପ୍ତ ଖେଳଶିକ୍ଷକ ଶ୍ରୀ ଧର୍ମ କୁମାର ବେହେରା ପରିଚାଳନା କରିଥିବାବେଳେ ଶ୍ରୀ ଉଗ୍ରସେନ ପ୍ରଧାନ, ଜୟଶ୍ରୀ ସାହୁ , ବିଶ୍ୱଜିତ୍ ଟପ୍ନୋ , ସଂଯୁକ୍ତା ସାହୁ, ଅନ୍ନପୂର୍ଣ୍ଣା କର, ମିନାକ୍ଷୀ ବରିହା ଓ ବୀରେନ୍ଦ୍ର ସିଦ୍ଦାର ସହଯୋଗ କରିଥିଲେ। ବରିଷ୍ଠ ବର୍ଗ ରେ ଭାଗ୍ୟବାନ ରଣା (ବାଳକ) , ସରସ୍ଵତୀ ପଧାନ (ବାଳିକା)ଓ କନିଷ୍ଠ ବର୍ଗ ରେ ନୀରୋଜ୍ ସାହୁ(ବାଳକ), ଭାରତୀ ସେଠ୍(ବାଳିକା) ଚାମ୍ପିଅନ ହୋଇଥିଲେ। ପୁରସ୍କାର ବିତରଣ ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ଏହାକୁ ସଂଯୋଜନା କରିଥିଲେ ଲୁପ୍ତପ୍ରଭା ଅଢ଼ା। ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଓ ଶେଷରେ ରୋସନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.