ମୟୂରଭଞ୍ଜ +( ସାଶକ ପ୍ରସାଶକ): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ମହୁଲଵରେଇ ଶରଦ ପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି |
ଓଡ଼ିଶା ସରକାର ଙ୍କ “ନୂଆ ଓ” କାର୍ଯ୍ୟକ୍ରମ ହାତକୁ ନେଇ ଏକ ଅଭିନବ ପଦକ୍ଷେପ ଘୋଷଣା କରିଛନ୍ତି। କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକଳାପ ଓ ସମାଜସେବା ଦିଗରେ ଏହି ପଦକ୍ଷେପ ସାରା ରାଜ୍ୟରେ ଆରମ୍ଭ ହୋଇଛି | ଏହି କ୍ରୀଡା ପ୍ରତିଯୋଗିତାରେ ଖୋ-ଖୋ, କ୍ରିକେଟ୍, ହକି, ଫୁଟବଲ୍, କବାଡି ଏବଂ ଭଲିବଲ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଅଛି ଓ ସାମାଜିକ ସେବା ଦିଗରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଉଛି | ଚଳିତ ମାସ ୪ତାରିଖରୁ ଚାଲିଥିବା ନୂଆ ଓ କାର୍ଯ୍ୟକ୍ରମର ଆଜି ଉଦଯାପନୀ ହୋଇଛି। ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାରସକଣା ବିଡ଼ିଓ ଶାନ୍ତନୁ କୁମାର ନାୟକ ଯୋଗ ଦେଇଥିବା ବେଳେ, ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ସଭାପିତ୍ବ କରିଥିଲେ ସେହିପରି ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ସୁଧାଂଶୁ ଶେଖର ଘୋଷ, ମହାବିଦ୍ୟାଳୟର ନୂଆ ଓ କାର୍ଯ୍ୟକ୍ରମ ନୋଡାଲ ଅଫିସର ଅଧ୍ୟାପିକା ସୁଜାତା ପଟ୍ଟନାୟକ,ଅଧ୍ୟାପିକା ପ୍ରଗତି ପାଇକରାୟ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ସେହିପରି ଅଧ୍ୟାପକ ପରମେଶ୍ବର ଦେ ମଞ୍ଚ ପରିଚାଳନା କରିଥିଲେ। ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ମାନସ କୁମାର ପତି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାହୋଜୋଗ କରିଥିଲେ। ପରିଶେଷରେ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ
Sign in
Sign in
Recover your password.
A password will be e-mailed to you.