ଜଗତସିଂହପୁର ତା- ୧୯.୧୨.୨୦୦୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ରୌପ୍ୟ ଜୟନ୍ତୀ ପୁସ୍ତକମେଳା ପାଳନ ନିମନ୍ତେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ପାରୁଲ ପଟାଓ୍ବାରୀ ଯୋଗଦାନ କରି ୨୫ ତମ ରୌପ୍ୟ ଜୟନ୍ତୀ ପୁସ୍ତକମେଳାକୁ ସ୍ମରଣୀୟ କରିବାକୁ ସମସ୍ତ ସଭ୍ୟ ଓ ସଭ୍ୟା ମାନଙ୍କର ସହଯୋଗ କାମନା କରିବା ସହ ପୁସ୍ତକମେଳା ପରିସରରେ ପଠନ କେନ୍ଦ୍ର,ଖାଦ୍ୟ ମେଳା,ପିଲାଙ୍କ ପାଇଁ କ୍ରୀଡ଼ା ଉପକରଣର ବ୍ୟବସ୍ଥା, ସାଂସ୍କୃତିକ ଶୋଭାଯାତ୍ରାରେ ମା” ଶାରଳାଙ୍କ ଜ୍ୟୋତି ଅଣାଯିବାର ବ୍ୟବସ୍ଥା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକମେଳାରେ ସାମିଲ କରିବା, କୁଇଜ୍ ପ୍ରତିଯୋଗିତା, କବି ସମ୍ମିଳନୀ, ସାହିତ୍ୟ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମ କରାଯିବା ପାଇଁ ପରାମର୍ଶ ଦେଇଥିଲେ।ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରୌପ୍ୟ ଜୟନ୍ତୀ ପୁସ୍ତକମେଳାର ଦୈନଦିନ କାର୍ଯ୍ୟସୂଚୀ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ବୈଠକ ଆରମ୍ଭରେ ଦିବଂଗତ ସଭ୍ୟ ଦେବୀପ୍ରସାଦ ମହାନ୍ତି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ,ଉପ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ, ନିର୍ବାହୀ ଅଧିକାରୀ ପୌର ପରିଷଦ ଡଃ ଅଶୋକ କର୍ଣ,ସୂଚନା ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା ପ୍ରମୁଖ ଯୋଗ ଦେଇ ପୁସ୍ତକମେଳା କୁ ଶରସ ସୁନ୍ଦର କରିବାକୁ ସମସ୍ତ ପ୍ରକାର ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ।
ସମ୍ପାଦକ ସାରଦା ଦାସ ୨୪ ତମ ପୁସ୍ତକମେଳାର ଆୟବ୍ୟୟ ବିବରଣୀ ପ୍ରଦାନ କରିବା ସହିତ ୨୫ ତମ ପୁସ୍ତକମେଳାର ସମ୍ଭାବ୍ୟ ଆୟବ୍ୟୟ ବିବରଣୀ ଉପସ୍ଥାପନା କରିଥିଲେ।
ସ୍ମରଣିକା କମିଟିର ମୁଖ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଚଳିତ ରୌପ୍ୟ ଜୟନ୍ତୀ ପୁସ୍ତକ ମେଳାର ସ୍ମରଣିକାକୁ ଏକ ଦସ୍ତାବିଜ ଆକାରରେ ପ୍ରକାଶ କରିବା ସହ ପୁସ୍ତକମେଳା ସଂପର୍କିତ ଅନୁଭୂତି ସଂପନ୍ନ ଲେଖା ଗୁଡିକୁ ସ୍ଥାନିତ କରିବାକୁ ପ୍ରସ୍ତାବ ଦେଇଥିଲେ।
ଏବଂ ଲେଖାଗୁଡ଼ିକ ଡିସେମ୍ବର ମାସ ୨୫ ତାରିଖ ସୁଦ୍ଧା ସମ୍ପାଦକ ସାରଦା ପ୍ରସାଦ ଦାସ, ମୋବାଇଲ ନମ୍ବର -୯୪୩୭୨୮୪୦୨୯, e-mail id [email protected] ଙ୍କୁ ପଠାଇବାକୁ ଅନୁରୋଧ।
ଯୁଗ୍ମ ସମ୍ପାଦକ ସୁଧୀର କୁମାର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକରେ ବରିଷ୍ଠ ସଭ୍ୟ/ ସଭ୍ୟା ରବିନ୍ଦ୍ରନାଥ ମହାନ୍ତି, ନଟବର ବାରିକ, ଡ଼ ଜ୍ୟୋତିର୍ମୟୀ ମହାନ୍ତି, ହେମନ୍ତ କୁମାର ରଥ, ଭଗବାନ ଦାଶ,ପ୍ରଶାନ୍ତ କୁମାର ମହାପାତ୍ର, ନାଟ୍ୟକାର କୈଳାସ ମଲ୍ଲିକ,ଗୋପାଳକୃଷ୍ଣ ମିଶ୍ର,ପ୍ରଭାତ କୁମାର ଦାଶ,ସୌଭାଗ୍ୟ ରଞ୍ଜନ ବିଶ୍ବାଳ,ମନୋଜ ଦାଶ,ପ୍ରଜ୍ଞା ପାରମିତା ଚୌଧୁରୀ, ସୁଷମା ପ୍ରଧାନ, ଡ଼ ସୁରେନ୍ଦ୍ର ନାଥ ତ୍ରିପାଠୀ,ଅନୁସୁୟା ଷଡ଼ଙ୍ଗୀ,ମାନସ କୁମାର କାନୁନଗୋ,ପ୍ରଦୀପ୍ତ କୁମାର ମିତ୍ର,ଅବନୀକାନ୍ତ ମହାରଣା,ମାନସ କୁମାର ରଥ, ନିକୁଞ୍ଜ କିଶୋର ବେହେରା,ରମାକାନ୍ତ ସାହୁ, ପ୍ରଦୀପ୍ତ କୁମାର ସାହୁ କୃଷ୍ଣଚନ୍ଦ୍ର ପ୍ରଧାନ, ସରୋଜକାନ୍ତ ସାହୁ, ଶ୍ରୀକାନ୍ତ ଚୌଧୁରୀ,ବିବୁଧ ରଞ୍ଜନ ମହାନ୍ତି,ଦୁର୍ଯୋଧନ ମହାରଣା, ପ୍ରଦୀପ୍ତ କୁମାର ସାହୁ, ଅମ୍ବିକା ପ୍ରସନ୍ନ ମହାନ୍ତି,ଅମିତା ଦାସ, ଲୋକନାଥ ଦାସ, ଜ୍ୟୋତି ରଞ୍ଜନ ଜେନା,ରୀତା ସାହୁ, ସତ୍ୟବ୍ରତ ବିଶ୍ବାଳ, ଶ୍ରଦ୍ଧାମୟୀ ରାଉତ , ରଶ୍ମି ରଞ୍ଜନ ମିଶ୍ର, ମନୋଜ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post