ଭାରତ ବିକାଶ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

0 2

ନୟାଗଡ଼(ଲକ୍ଷ୍ମୀଧର ସାହୁ): ନୟାଗଡ ସ୍ଥିତ ଭାରତ ବିକାଶ ପରିଷଦ, ଏଚ. ଡି. ଏଫ୍. ସି. ବ୍ୟାଙ୍କ , ଇନ୍ଫୋସିଟୀ ଶାଖା ର ସହଯୋଗରେ ପି. ଟି.ଏସ. ସ୍ଥିତ ଏହାର କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରିଅଛି । ବିଶିଷ୍ଟ ସମାଜସେବୀ ଦାମ ସାର , ପରିବେଶବିତ୍ ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି, ପରିଷଦ ର ଅଧ୍ୟକ୍ଷ ହରେକୃଷ୍ଣ ସାହୁ ଓ ଡାକ୍ତର ଦେବିଦତ୍ତ ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଷଦର ସମ୍ପାଦକ ଘନଶ୍ୟାମ ସାହୁ ପରିଚାଳନା କରିଥିଲେ । ଏଥିରେ ରାଜଶ୍ରୀ ପଟେଲ, ସୁବଳ ଚନ୍ଦ୍ର ବେହେରା, ଝିଲିମିଲି ସାହୁ, ଅରୁଣ କୁମାର ମହାନ୍ତି, ସଙ୍ଗୀତା ପଟ୍ଟନାୟକ, ଚିନ୍ମୟ ପୃଷ୍ଟି, ଦିଗମ୍ବର ମହାପାତ୍ର, ଐଶ୍ୱର୍ଯ୍ୟା ପଟ୍ଟନାୟକ, ସମ୍ବିତ ଭଟ୍ଟ, ଦିପ୍ତ୍ତୀମୟୀ ପ୍ରିୟଦର୍ଶିନୀ, ବିଜୟ କୁମାର ସାହୁ, ଅନିଲ କୁମାର ଷଡଙ୍ଗୀ, ଦିଲ୍ଲୀପ କୁମାର ଦାସ, ଖିରୋଜିନି ବିଶୋଇ, ଭାଗିରଥି ମହାପାତ୍ର, ସୀତାରାମ ପ୍ରଧାନ, ମାନସ କୁମାର ପଣ୍ଡା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବାବେଳେ ଭାରତ ବିକାସ ପରିଷଦ ର ସଂଗଠନ ସଚିବ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ, ଅର୍ଥ ସଚିବ ପ୍ରଫୁଲ୍ଲ କୁମାର ନାୟକ, ସେବା ସଚିବ ଦୁର୍ଯ୍ୟୋଧନ ସାହୁ, ସଂସ୍କାର ସଚିବ ଅଜୟ କୁମାର ପଟ୍ଟନାୟକ, ପରିଷଦ ସଂଯୋଜକ ପ୍ରଦୀପ କୁମାର ସାହୁ,ବରିଷ୍ଠ ସଦସ୍ୟ ହରିଶ୍ ଚନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ନାୟକ ଏବଂ ନୟାଗଡ ରକ୍ତଭଣ୍ଡାର କାଉନସିଲର ଅଜୟ ପଟ୍ଟନାୟକ, ରବୀନ୍ଦ୍ର ସାହୁ, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।

Leave A Reply

Your email address will not be published.