ପିବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ l

0 2

ଚିଲିକା (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ପଞ୍ଚୂପଲ୍ଲି ଭୀମ ବଳବନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଆ ନବୀନ ଓଡ଼ିଆ ଆନୁକୁଲ୍ୟରେ ସାମାଜିକ କାର୍ଯକ୍ରମର ୩ୟ ଦିବସରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ଏହି କାର୍ଯକ୍ରମ ଆରମ୍ଭ ହୋଇ ସଫଳତାର ସହିତ ସମାପନ ହୋଇଛି। ଆଙ୍କୁଲାଚଟୀ ସ୍ଥିତ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଏକ ସଚେତନତା ପଦଯାତ୍ରାରେ ବ୍ୟାନର ଓ ପ୍ଲା କାର୍ଡ ଧରି ସହର ପରିକ୍ରମା କରି ସଚେତନତାର ବାର୍ତା ବାଣ୍ଟିଥିଲେ। ସମାଜ ସେବା କାର୍ଯକ୍ରମ ଅଧିକାରୀ ତଥା ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ରବି ଶଙ୍କର ହୋତା ଙ୍କ ନେତୃତ୍ୱରେ କଲେଜର ସମସ୍ତ ଛାତ୍ର ଛାତ୍ରୀ ହାତରେ ଗ୍ଲୋବ ଓ ମୁଁହ ରେ ମାସ୍କ ପରିଧାନ କରି ମନ୍ଦିର ପ୍ରାଙ୍ଗଣ, ଚତୁଃ ପାର୍ଶ୍ଵ ଓ ରାସ୍ତା ସଫା କରିଥିଲେ।୨ୟ ପର୍ଯ୍ୟାୟରେ ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳଙ୍କ ସଭାପତିତ୍ବରେ ପ୍ରାଥମିକ ସହାୟତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ସଦସ୍ୟ ଅନନ୍ତ ଚରଣ ଖଟେଇ ଓ ରେଡ୍ କ୍ରସ ପରାମର୍ଶଦାତା ଅଧ୍ୟାପକ ରବି ଶଙ୍କର ହୋତା ଛାତ୍ର ଛାତ୍ରୀ ତଥା ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରାଥମିକ ସହାୟତାର କୌଶଳ ଶିକ୍ଷା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ନିରଞ୍ଜନ ମିଶ୍ର ଓ ସାମାଜିକ କାର୍ଯକ୍ରମ ସହଯୋଗୀ ସଂଗ୍ରାମ କେଶରୀ ମିଶ୍ର ପରିଚାଳନା କରିଥିଲେ। କଲେଜର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ସହାୟତାରେ ସାମାଜିକ କାର୍ଯକ୍ରମର ସମସ୍ତ ସେବା ଓ ସଚେତନତା କାର୍ଯ୍ୟ ସଫଳତାର ସହିତ ଅନୁଷ୍ଠିତ ହୋଇପାରିଥିବାରୁ ଅଧ୍ୟକ୍ଷ ଶ୍ରୀ ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

Leave A Reply

Your email address will not be published.