ଘୁମୁସରୀ ଗୋ ବଂଶ ବିକାଶରେ ସ୍ଥାନୀୟ ପ୍ରଶାସନର ଉଦାସୀନତା ସାଜିଛି ବାଧକ ।

0 2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଦେଶରେ ଆଜି ସୁଧା ୫୩ପ୍ରକାର ଗୋବଂଶକୁ ରାଷ୍ଟ୍ରୀୟ ପ୍ରାଣୀ ଅନୁବଶିଂୟ ସମ୍ବଳ ଅନୁସନ୍ଧାନ କେନ୍ଦ୍ର, ଭାରତ ସରକାର ବା (NBAGR) ଦ୍ଵାରା ଜାତୀୟ ଗୋବଂଶର ମାନ୍ୟତା ପ୍ରାପ୍ତ ହାସଲ କରିଅଛି I ତନ୍ମଧ୍ୟରୁ ୧୦ପ୍ରତିଶତ ଦୁଧିଅIଳି ଗାଈ ଥିବା ବେଳେ ବାକି ୯୦ ଭାଗ ପରିଶ୍ରମୀ କମ କ୍ଷୀର ,ହଳ ଲଙ୍ଗଳ ଉପଯୋଗୀ ଗାଈଗୋରୁ ଅଛନ୍ତି । ଯାହା ଆମ ଆଞ୍ଚଳର ଦେଶୀ ଗାଈ ଘୁମୁସରୀ I ଓଡିଆଙ୍କ ଦେଶୀ ଗାଈ ଘୁମୁସରୀ ଅର୍ଥନୈତିକ, ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଦିଗରେ ବିଶେଷ ଭାଗୀଦାର ହୋଇ ଅନାଦି କାଳରୁ ରହିଛନ୍ତି । ଆମ ଗୋପାଳ କେବଳ ଯେ, କ୍ଷୀର ପାଇଁ ଗାଈ ପIଳି ନଥାନ୍ତି, ତାର କ୍ଷୀର ସହ ଗୋବର ଓ ଗୋମୁତ୍ର ଓଡିଆଙ୍କ ବିଭିନ୍ନ ପର୍ବ ପର୍ବାଣୀରେ ଓ ଆୟୁର୍ବେଦ ଶିଳ୍ପରେ ବ୍ୟବହାର ସହ କୃଷିର ବିକାଶରେ ବହୁଳ ଆବଶ୍ୟକ ପଡିଥାଏ I ଏହି ଗାଈ ଜଙ୍ଗଲ ଓ ଚାରଣ ଭୂମିରେ ଚରIବୁଲା କରୁ ଥିବାରୁ ଘୁମୁସରୀ ଗାଈ କ୍ଷୀରକୁ A2 ପ୍ରୋଟିନ ମିଳ୍କ ବୋଲି କୁହାଯାଏ। ମାତ୍ରIଧିକ ମିନେରାଲ ,ଭିଟାମିନ ଓ ଔଷଧୀୟ ଗୁଣଥିବାରୁ ଦେଶବିଦେଶରେ ଏହାର ବହୁଳ ଚାହିଦା ରହିଅଛି I ଗୋଚର,ଗୋଦIନା,ଗୁହାଳ, କୁଣ୍ଡା, ଘାସ,ପଡିଆ ,ଗୋଚରାଳୀର ଘୋର ଅଭାବ, ପ୍ରତିଦିନ ଗୋଚIଲାଣ, କୁହାଁର ଗୋଠ ଭାଙ୍ଗିବା,ଭଞ୍ଜନଗର ଉପଖଣ୍ଡରେ ଥିବା ୨୦ହଜାର ୫୦୦ ଏକର ଗୋଚର ଭୂମି ଚିହ୍ନଟ ନ ହେବା ଓ ନାମଫଳକ ନ ଲଗାଯିବା, ବହୁଳ ସଂଖ୍ୟାରେ ଦେଖାଯାଉଥିବା ଅଞ୍ଚଳରେ ଗୋଚର ଜାଗାରେ ଘାସ ଚାଷ ଓ କ୍ୟାଟେଲ ହସ୍ଟେଲ ନିର୍ମାଣ ଅଭାବ,ସମିତିର ସମସ୍ତ ଘୁମୁସରୀ ଗୋପାଳଙ୍କୁ ଗୁହାଳ ପ୍ରଦାନ ଓ ଗୋବର ଶିଳ୍ପ ଓ ଗୋ-ଆଧାରିତ କୃଷି ବିକାଶ ଇତ୍ୟାଦି ଉପରେ ଜିଲ୍ଲାପାଳ ଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ସମିତି ଫେରାଦ ହୋଇ ଅଭିଯୋଗ କରି ଆସୁଅଛି I ଜିଲ୍ଲା ପ୍ରଶାସନ ଏ ବିଷୟରେ ଗୁରୁତ୍ଵ ଭାବି ଭଞ୍ଜନଗର ଘୁମୁସର ଉପଖଣ୍ଡରେ ଥିବା ସମସ୍ତ ବିଡ଼ିଓଙ୍କୁ ଅଗ୍ରIଧିକାର ଭିତିରେ ସମସ୍ତ ଘୁମୁସରୀ ଗୋପାଳକଙ୍କୁ ଗୁହାଳ ପ୍ରଦାନ , ପ୍ରତି ପଞ୍ଚାୟତରେ ଗାଈ ରହିବା ପାଇଁ ମିନି କ୍ଯାଟIଲ ହସ୍ଟେଲ କରିବା ଓ ଥିବା ଗୋଚର ଭୂମି ଚିହ୍ନଟ କରିବା ଓ ଫଳକ ଲଗାଇବା ନିମିତ ସମସ୍ତ ତହସିଲଦାର ମାନଙ୍କୁ ନିର୍ଦେଶ ଦେବାର ଆଠ ମାସ ବିତିବାକୁ ଲାଗିଲାଣି । କିନ୍ତୁ ଗୋପାଳକଙ୍କ ଗୁହାରୀ ନଶୁଣିବାରୁ ତାର ପ୍ରତିବାଦରେ ଘୁମୁସରୀ ସମିତର ଭଞ୍ଜନଗର, ସୋରଡା ଓ ଜଗନ୍ନାଥ ପ୍ରସାଦ ବ୍ଲକ ବହୁ ଗୋପାଳ ଗୋପାଳିକା ଜିଲ୍ଲାପାଳଙ୍କ ଜନଶୁଣIଣି ଅଭିଯୋଗରେ ପୁଣି ଦାବୀ ପ୍ରଦାନ କରିଅଛନ୍ତି ଯଦି ୧୦ଦିନ ମଧ୍ୟରେ ଗୁହାରୀ ନଶୁଣା ଯାଏ ଘୁମୁସରୀ ଗାଈ ଗୋରୁ ଧରି ରାଜରାସ୍ତାରେ ବସିବା ପାଇଁ ବାଧ୍ୟହେବୁ ବୋଲି ଗୋପାଳକ ନେତା ବ୍ରହ୍ମାନନ୍ଦ ପତି, ଡାଲିନ ମାଝି, ଦୁର୍ଗ୍ଗIମାଧବ ମାଝି ଲକ୍ଷ୍ମୀ,ରଶ୍ମୀ ନୀଳନ୍ଦ୍ରି ଗୌଡ ଜିଲ୍ଲାପାଳ ଅନୁପସ୍ତିତିରେ ଉପ ଜିଲ୍ଲାପାଳ ଦାବୀପତ୍ର ପ୍ରଦାନ କରିଛନ୍ତି I ଅତିଶୀଘ୍ର ଏ ଉପରେ ସମ୍ପୃକ୍ତ ଅଧିକାରୀ ଡାକି ସମୀକ୍ଷା କରି ଶୀଘ୍ର କାର୍ଯ୍ୟନୁଷ୍ଠାନ କରାଯିବା ପାଇଁ ପ୍ରାଶIସନିକ ପ୍ରତିଶ୍ରୁତି ଦେଇଛନ୍ତି I

Leave A Reply

Your email address will not be published.