ହାଟଡ଼ିହି ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

0 2

ହାଟଡ଼ିହି,/ମକରଧ୍ବଜ ଜେନା: ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ହାଟଡ଼ିହି ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧକ୍ଷା ସାବିତ୍ରୀ ସେଠୀ ଉକ୍ତ ଶିବିରକୁ ଉଦଘାଟନ କରି ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଶିବିରର ଉଦ୍ଦେଶ୍ୟ ବୋଲି କହିଥିଲେ। ଶିବିରରେ ହାଟଡ଼ିହି ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୮୧ ଜଣ ଭିନ୍ନକ୍ଷମ ବ୍ୟକ୍ତି ନିଜର ନାମ ପଞ୍ଜିକୃତ କରିଥିଲେ । ସେମାନଙ୍କୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ପରୀକ୍ଷା କରାଯାଇ ଶ୍ରବଣ ସମସ୍ୟାରେ ୭୬ ଜଣ, ଅସ୍ଥି ଶଲ୍ୟ ୫୭ ଜଣ, ମାନସିକ ବିକାରଗ୍ରସ୍ତ ୩୨ ଜଣ, ୧୬ ଜଣ ଦୃଷ୍ଟି ବାଧିତଙ୍କୁ ଚିହ୍ନଟ କରାଯାଇଛି। ଏହି ଶିବିରରେ ବିଭିନ୍ନ ଷ୍ଟଲ ଖୋଲାଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା । ଶିବିରରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ବିଶେଷଜ୍ଞମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କାର୍ଯ୍ୟକ୍ରମ କୁ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ୱାତିଶ୍ରୀ ସିଂ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା କରିଥିଲେ।

Leave A Reply

Your email address will not be published.