ହାଟଡିହି/ମକରଧ୍ବଜ ଜେନା: ରାଜ୍ୟ ରାଜନୀତିରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ସଙ୍ଖଣା ଗ୍ରାମର ଜୟଦେବ ଜେନା। ସେ ୧୯୭୮ ମସିହାରୁ ଶିକ୍ଷକତା ଛାଡି ରାଜନୀତିକୁ ଆସିବା ପରେ ୧୯୮୦ ମସିହାରୁ ପ୍ରଥମେ କଂଗ୍ରେସ ଦଳରୁ ବିଧାୟକ ହୋଇ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ନିର୍ବାଚନ ମଣ୍ଡଳୀଟି କଂଗ୍ରେସର ଗଡ଼ ପାଲଟିଥିଲା । ୧୯୮୦ ରୁ ୮୫ ଓ ୧୯୮୫ ରୁ ୯୦ କ୍ରମାଗତ ଦୁଇ ଥର ବିଧାୟକ ନିର୍ବାଚିତ ହେବାପରେ ୧୯୯୦ରେ ହାରିଯାଇଥିଲେ। ୧୯୯୫ ରୁ ୨୦୦୦ ପୁନଃ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ହାରିଥିବାବେଳେ ବିଜେପି ବିଜେଡି ମେଣ୍ଟର ମାୟାଧର ଜେନା ନିର୍ବାଚିତ ହୋଇଥିଲେ । ୨୦୦୪ ରୁ ୨୦୦୯ ପୁନର୍ବାର ଜୟଦେବ ଜିତିବା ପରେ ୨୦୦୯ରୁ ଏଯାବତ୍ ଆନନ୍ଦପୁର ନିର୍ବାଚନ ମଣ୍ଡଳୀଟି ବିଜେଡି ଦଖଲରେ ରହିଛି। ଜୟଦେବଙ୍କୁ ହରାଇବା ପାଇଁ କଂଗ୍ରେସର ଏକ ପ୍ରଭାବଶାଳୀ ଗୋଷ୍ଠୀର ଗୋଛି କଟା ଉଦ୍ୟମ ଯୋଗୁ କଂଗ୍ରେସର ଦୁର୍ଗ ଏବେ ବିଜେଡି କବଳରେ ରହିବା ପରେ ଦୁଇଥର ଭାଗୀରଥ୍ ସେଠୀ ଓ ଥରେ ମାୟାଧର ଜେନା ନିର୍ବ।ଚିତ ହୋଇଥିଲେ। ୨ ୦୧୯ ନିର୍ବାଚନରେ ଭାଗୀରାଠି ସେଠୀ ଜିଲାର ସବୁ ନିର୍ବାଚନ ମଣ୍ଡଳୀ ଠାରୁ ଅଧିକ ଭୋଟରେ ନିର୍ବାଚିତ ହୋଇଥିଲେ । ଫଳରେ କଂଗ୍ରେସ ଦଳ ସଙ୍ଗଠନକୁ ଦୁର୍ବଳ କରିଦେଇଥିଲେ। ଜୟଦେବ ଜେନା ୯ଥର ବିଧାୟକ ପ୍ରାର୍ଥୀ ହୋଇଥିବାବେଳେ ୪ ଥର ବିଧାୟକ ହୋଇ କଂଗ୍ରେସ ଦଳରେ ନିଜର ସ୍ଥିତି ମଜବୁତ କରିବା ସହିତ ପିସିସି ସଭାପତି ଓ ମନ୍ତ୍ରୀ ହୋଇ ପତିଆରା ବୃଦ୍ଧି କରିଥିଲେ। ଏଭଳି କ୍ଷେତ୍ରରେ ବିଜ୍ଞ ଅଭିଜ୍ଞ ରାଜନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିବାବେଳେ ୨୦୨୪ରେ ଶେଷ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି। ଏକ ବର୍ଷ ଧରି ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁକୁ ଯାଇ ପ୍ରଚାର ଆରମ୍ଭ କରିଛନ୍ତି । ଅସଜଡା ସଂଗଠନକୁ ସଜାଡିବାକୁ ସୋସିଆଲ ମିଡିଆ ର ସାହାରା ନେଉଛନ୍ତି ଜୟଦେବ । ପୁରୁଣା କର୍ମୀ ଓ ସମର୍ଥକଙ୍କୁ ଏକଜୁଟ କରୁଛନ୍ତି | ଶାସକ ଦଳର ଦୁର୍ନୀତିକୁ ପ୍ରସଙ୍ଗ କ ନିଜର ପତିଆରା ବୃଦ୍ଧି କରିବାକୁ ପ୍ରୟାସ କରୁଛନ୍ତି। ନିର୍ବାଚନ ମଣ୍ଡଳୀରେ ହାଟଡିହି ବ୍ଲକଟି ଗୁରୁତ୍ବ ବହନ କରୁଥିବାବେଳେ ଏହାରି ଉପରେ ପ୍ରାର୍ଥୀ ଓ ରାଜନୈତିକ ଦଳ ଗୁଡିକ ନଜର ରହିଛି। ତେବେ ଜୟଦେବ ୨୦୨୪ ରେ ଶେଷ ନିର୍ବାଚନ ଲଢ଼ିବା ସହ ନିଜର ବିଜୟ ନେଇ ଆଶାବାଦୀ ଥିବା କହୁଛନ୍ତି।
Sign in
Sign in
Recover your password.
A password will be e-mailed to you.