୨୦ରୁ ଅମଲା ସଂଘର ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ) :ନୟାଗଡ଼ ମିଳିତ ଅମଲା ମଞ୍ଚ ର ଏକ ସାଧାରଣ ସଭା ଜିଲ୍ଲା କୃଷିବିଭାଗ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝା, ସଭାପତି ବାଳକୃଷ୍ଣ ଦାଶ, ଉପ – ସଭାପତି ରଶ୍ମି ରଞ୍ଜନ ଦାଶ, ସମ୍ପାଦକ ପ୍ରଦୀପ୍ତ କୁମାର ନନ୍ଦ, ଆବାହକ ଶ୍ରୀଧର କୁମାର ସାହୁ ଏବଂ ସମସ୍ତ ଆଠ ଗୋଟି ବ୍ଲକ୍ ସ୍ତରରୁ ଅନ୍ୟୁନ ୨୦୦ ଅମଲା ବିଭିନ୍ନ ବିଭାଗରୁ ଯୋଗ ଦେଇଥିଲେ। ବିଗତ ଦିନରେ ୫-ଟି ସଚିବଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଇ ରାଜ୍ୟ ନେତୃବୃନ୍ଦ ଙ୍କ ଆହ୍ଵାନ କ୍ରମେ ରାଜ୍ୟର ଅମଲା ମାନେ ସାମୁହିକ ଛୁଟିରୁ ବିରତ ରହିଥିଲେ। ଅମଲା ଟିଏ ବିଗତ ୭୦ ବର୍ଷରୁ ପ୍ରତିକ୍ଷିତ ନିଜର ଦରମା ହାର ବୃଦ୍ଧି ନିମନ୍ତେ ଲଢେଇ କରୁଥିଲେ। ସେମାନଙ୍କ ର ଏକମାତ୍ର ଦାବି ନିଜର ଶିକ୍ଷାଗତ ଯୋଗ୍ୟତା କୁ ପାଥେୟ କରି ନିଜର ପ୍ରାରମ୍ଭିକ ଗ୍ରେଡ୍ ପେ ୧୯୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି। ଏଥି ନିମନ୍ତେ ରାଜ୍ୟ ଅମଲା ମାନେ ପ୍ରତ୍ୟେକ ସ୍ତରରେ ପତ୍ରାଳାପ କରି, ଆନ୍ଦୋଳନ କରିବା ପରେ ମଧ୍ୟ ସରକାର ଟାଳ ଟୁଳ ନୀତି ପ୍ରୟୋଗ କରି ଏହି ଏକମାତ୍ର ଦାବିକୁ ଉପେକ୍ଷା କରି ଆସୁଛନ୍ତି। ପୁଣି ରାଜ୍ୟ ମଂଚର ଆହ୍ଵାନ କୁ ସମ୍ମାନ ଜଣାଇ ରାଜ୍ୟର ପ୍ରତ୍ୟେକ ଅମଲା ଅନିର୍ଦ୍ଧିଷ୍ଟ ସମୟ ପାଇଁ ସାମୁହିକ ଛୁଟି ରେ ରହିବେ। ଏହାଦ୍ବାରା ସାଧାରଣ ଜନତା ପ୍ରଭାବିତ ହେବା ସହିତ ରାଜ୍ୟ ସରକାର ଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଆସନ୍ତା ୨୦ ତାରିଖରୁ ରାଜ୍ୟ ର ସମସ୍ତ ଅମଲା ଛୁଟିରେ ରହିବାର ନିଷ୍ପତି ନିଆଯାଇଛି।

Leave A Reply

Your email address will not be published.