ରାୟଗଡ଼ା : ରାୟଗଡା ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ବରିଷ୍ଠ ଆଇନଜୀବି ତଥା କ୍ଳବର ଆଇନ ପରାମର୍ଶଦାତା ଶ୍ରୀ ମଦନମୋହନ ପାଢୀଙ୍କ ତତ୍ବାବଧାନରେ ଏକ ସାଧାରଣର ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ସାଧାରଣ ପରିଷଦ ବୈଠକରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କ୍ରମେ ଶ୍ରୀ ମଦନମୋହନ ପାଢୀଙ୍କ ତତ୍ବାବଧାନରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଆସନ୍ତା ଦୁଇ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ଏହି କର୍ମ କର୍ତ୍ତା ଚୟନ କରାଯାଇଥିଲା।
ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ଶ୍ରୀ କୃଷ୍ଣ କୁମାର ଜେନା, ସଭାପତି ଭାବେ ଶ୍ରୀ ଯୋଗେଶ୍ଵର ଦାସ, ସାଧାରଣ ସମ୍ପାଦକ ଭାବେ ଶ୍ରୀ ରଞ୍ଜନ କୁମାର ରଥ, ଉପସଭାପତି ଭାବେ ସି. ଏଚ୍. ଶ୍ରୀନିବାସ, ଯୁଗ୍ମ ସଂପାଦକ ଭାବେ ଆଶିଷ ରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ ଭାବେ ସୀମାଞ୍ଚଳ ପଣ୍ଡା, ସଂଘଠନ ସମ୍ପାଦକ ଭାବେ ଶିବ ସାଇ ବକ୍ସିପାତ୍ର ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ କ୍ଳବର ବରିଷ୍ଠ ସଦସ୍ୟ ଶ୍ରୀ ଗୋପ ରଞ୍ଜନ ବକ୍ସିପାତ୍ର ଓ ଶ୍ରୀ ସଂଗ୍ରାମ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା। ଉକ୍ତ ନିର୍ବାଚନ କାର୍ଯ୍ୟକ୍ରମରେ ପ୍ରେସ କ୍ଳବ୍ ସଦସ୍ୟ ଗୋପାଳ ସିଂ ଅଧିକାରୀ, ବାଳକୃଷ୍ଣ ପଟ୍ଟନାୟକ, ସୁବ୍ରତ ଚୈ।ଧୁରୀ, ୱଇ ଦାମୋଦର ରାଓ, ସୁଶାନ୍ତ କୁମାର ପ୍ରଧାନ, ପ୍ରେମାନନ୍ଦ ପରିଛା, କୃଷ୍ଣ ଚନ୍ଦ୍ର ଦାଶ, ନୀତିନ ଚୌଧୁରୀ, ଏବଂ ଭର୍ଚୁଆଲ ମାଧ୍ୟମରେ ବି. ଏଚ୍. ନାଗରାଜୁ, ଏବଂ ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ମହାତ୍ମା ଗାନ୍ଧୀ ଇଣ୍ଟରନେସନାଲ ପବ୍ଲିକ୍ ସ୍କୁଲ୍ ଠାରେ ଅଷ୍ଟମ ତମ ବାର୍ଷିକ ଉତ୍ସବ ” ସ୍ଵର – 2023 ” ଉଦ୍ଘାଟିତ
Next Post