ଅଞ୍ଚଳ ମହାବିଦ୍ୟାଳୟ ର ଆଇ.କ୍ୟୁ. ଏ.ସି. ର ପ୍ରସ୍ତୁତି ବୈଠକ l

0

ପଦ୍ମପୁର:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠ ରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବ ରେ ଆଇ.କ୍ୟୁ. ଏ.ସି. ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ଆଇ.କ୍ୟୁ.ଏ.ସି. ର ସଂଯୋଜକ ଅଧ୍ୟାପକ ନବକୃଷ୍ଣ ମିଶ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ। ଏହା ପରେ ସମସ୍ତ ସଭ୍ୟ ଗଣ ମହାବିଦ୍ୟାଳୟ ର ସମସ୍ୟାବଳୀ ଉପରେ ଆଲୋଚନା କରିଥିଲେ।ଏହା ମଧ୍ୟରେ ମୂଖ୍ୟତଃ ମହାବିଦ୍ୟାଳୟ ର ବିଭିନ୍ନ ଉନ୍ନୟନମୂଳକ ବିଷୟ ସହ NAAC ର AQAR ୨୦୨୨-୨୩ ଫର୍ମ ଜମା ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ଏହି ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ସି. ଆର୍. ଦାସ,ପ୍ରାଧ୍ୟାପକ ଡ଼ଃ ବିରଞ୍ଚି ସାହୁ, ପ୍ରାଧ୍ୟାପକ ତାରାପ୍ରସାଦ ଶତପଥୀ, ପ୍ରାଧ୍ୟାପକ ଖଗେଶ୍ବର ସାହୁ, ଅଧ୍ୟାପିକା ଝୁନୁ ପରିଡ଼ା, ମୋନାଲିସା ସ୍ବାଇଁ, ଅଧ୍ୟାପକ ସଦାନନ୍ଦ ଭୋଇ, ମିଥୁନ ମେହେର,ଡ଼ଃ ଭେଙ୍କଟେଶ୍ଵର ମେହେର ଓ ପ୍ରିୟଦର୍ଶିନି ପ୍ରଧାନ ଉପସ୍ଥିତ ଥିଲେ।

Leave A Reply

Your email address will not be published.