ହିଞ୍ଜିଳିରେ “ନୂଆ-ଓ” କାର୍ଯ୍ୟକ୍ରମରେ ଯୋଗଦେଲ ୫-ଟି ଅଧ୍ୟକ୍ଷ,ସମୀକ୍ଷା କଲେ ବ୍ଳକ୍ ର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ।

0

Imageହିଞ୍ଜିଳିକାଟୁ : ୫-ଟି ଅଧ୍ୟକ୍ଷ ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସି ହିଞ୍ଜିଳିରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ । ସୂଚନା ପ୍ରକାରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ହିଞ୍ଜିଳି ଗସ୍ତ ଅବସରରେ ପୋଚିଲିମା ସ୍ଥିତ ଖମ୍ବେୟା ଦୋରା ଜୁନିୟର କଲେଜ ରୂପାନ୍ତରିତ କରଣର ବିଷୟରେ ଆଲୋଚନା ସହ ଛାତ୍ରଛାତ୍ରୀଙ୍କୁ ମିଶି ଥିଲେ । ପରବର୍ତ୍ତୀ ସମୟରେ ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଷ୍ଟେଜରେ ପହଞ୍ଚିବା ପରେ ପ୍ରଥମେ ଜୟ ଜଗନ୍ନାଥ ଧ୍ୱନୀ ଦେବା ସହ “ନୂଆ-ଓ” ଅଥବା ଯୁବ ଓଡିଶା ନବୀନ ଓଡିଶା ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିବା ସହ କାର୍ଯ୍ୟକ୍ରମ ଟି ମନ ପାଇଛି କି ନାହିଁ ପ୍ରଶ୍ନ କରିଥିଲେ । ଏଥି ସହ ଏହିଭଳି କାର୍ଯ୍ୟକ୍ରମ ଯୁବ ପିଡ଼ି ଉଦେଶ୍ୟରେ ପ୍ରତେକ ବର୍ଷ କରାଯିବ କି ବୋଲି ପ୍ରଶ୍ନ କରିଥିଲେ । ପ୍ରତି ଉତ୍ତରରେ ଉତ୍ସାହି ମୁଖର ଛାତ୍ରଛାତ୍ରୀ ଏହିଭଳି ଉତ୍ସବକୁ ସ୍ୱାଗତ କରିଥିଲେ ।

Image ୫-ଟି ଅଧିନ ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଆଲୋକପାତ କରାଇଥିଲେ । ଆଦର୍ଶ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାର ସଦା ତତ୍ୱର ବୋଲି ସୂଚନା ଦେଇଥିଲେ । ଅପର ପକ୍ଷରେ ବହୁ ଦୂରଦୂରାନ୍ତରୁ ପାଠ ପଢିବା ପାଇଁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ଆସନ୍ତା ଜାନୁଆରୀରୁ ଫେବୃଆରୀ ମାସ ଭିତରେ ଲଷ୍ମୀ ବସର ପ୍ରଚଳନ କରାଯିବ ବୋଲି କହିଥିଲେ । ମାତ୍ର ୫ଟଙ୍କା ବିନିମୟରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ ନିଜ ଶିକ୍ଷା ଅନୁଷ୍ଠାନରୁ ଘରକୁ ପାଠ ପଢିବା ପାଇଁ ଯିବା ଆସିବା କରିପାରିବେ ବୋଲି ଘୋଷଣା କରିଥିଲେ । ଅନ୍ୟ ଏକ ବକ୍ତବ୍ୟରେ ଏହି ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶିତ କରିପାରିବେ ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭା ଲୋକ ଲୋଚନକୁ ଆସିପାରିବ ବୋଲି ସରକାର ଆଶା ରଖିଛନ୍ତି ।

ସଭା କାର୍ଯ୍ୟ ଶେଷରେ ଛାତ୍ରଛାତ୍ରୀଙ୍କ ସହ ମିଶି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ତତ୍ପରେ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ବିଜୁବାବୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ସେଠାରୁ ଶେରଗଡ ଯାଇ ରୁରାଲ ଇଣ୍ଡଷ୍ଟ୍ରୀଆଲ ପାର୍କ ପରିଦର୍ଶନ କରିବା ସହ ସେଠାରେ ଥିବା ଚାଷୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ଗସ୍ତ ସାରି ବ୍ରହ୍ମପୁର ଫେରିଥିଲେ । ଆଜିର ଏହି ଗସ୍ତ ଅବସରରେ ୫-ଟି ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପ୍ରକଳ୍ପ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ ଭି କୀର୍ତ୍ତିଭାସନ,ଆରକ୍ଷୀ ଅଧିକାରୀ ଜଗମୋହନ ମୀନା,ଉପଜିଲ୍ଲାପାଳ,ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ଦିବ୍ୟଜ୍ୟୋତି ରଞ୍ଜନ କୁମାର ଦେଓ ,ହିଞ୍ଜିଳି ପୋୖର ପରିଷଦ ଅଧିକାରୀ ଜୁବୁଲି ଚରଣ ବେହେରା, ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ,ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ମହାପାତ୍ର, ଓଡିଶା କୃଷି ବିପଣନ ପ୍ରମୁଖ ସଚିବ ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ସମୀକ୍ଷା ଗସ୍ତରେ ଯୋଗ ଦେଇ ଥିଲେ ।

Leave A Reply

Your email address will not be published.