ଅଲ୍ଟିମେଟ ଖୋ ଖୋ ଲିଗ୍ ର ଦ୍ୱିତୀୟ ସଂସ୍କରଣ ପାଇଁ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ପୁନର୍ବାର ‘ଓଡିଶା ଜଗରନଟ୍ସ’ ଟିମର ମୁଖ୍ୟ ପ୍ରଯୋଜକ
ଭୁବନେଶ୍ୱର: ଆର୍ସଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) – ଅଲ୍ଟିମେଟ୍ ଖୋ ଖୋ ଲିଗ୍ ର ଦ୍ୱିତୀୟ ସଂସ୍କରଣ ପାଇଁ ରାଜ୍ୟ ଖୋ ଖୋ ଫ୍ରାଞ୍ଚାଇଜ୍ ଓଡିଶା ଜଗରନଟ୍ସର ମୁଖ୍ୟ ପ୍ରଯୋଜକ ହେବାକୁ ରାଜ୍ୟ ସରକାରଙ୍କ ଓଡିଶା ସ୍ପୋର୍ଟ୍ସ ଡେଭଲପମେଣ୍ଟ ଆଣ୍ଡ ପ୍ରୋମସନ କମ୍ପାନୀ (ଓଏସଡିପିସି) ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ବିଷୟ ଘୋଷଣା କରିଛି। ଏହା ପୂର୍ବରୁ ୨୦୨୨ ମସିହାରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଦଳର ମୁଖ୍ୟ ପ୍ରଯୋଜକ ଭାବରେ ଅଂଶୀଦାର ହୋଇଥିଲା, ଯାହା ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ଟାଇଟେଲ ଜିତିଥିଲା |
ଡିଫେଣ୍ଡିଂ ଚାମ୍ପିଅନ୍ ଓଡିଶା ଜଗରନଟ୍ସ ଡିସେମ୍ବର ୨୪, ୨୦୨୩ରେ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେଉଥିବା ଥିବା ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବ।
ଏହି ଚୁକ୍ତିନାମା ଶ୍ରୀ କେଇଜି କୁବୋଟା, ଉପନିର୍ଦେଶକ, ମାନବ ସମ୍ବଳ ଏବଂ ଆଡମିନିଷ୍ଟ୍ରେସନ ବିଭାଗ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ, ତଥା ଓଏସଡିପିସିର ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ ପରିଡା ଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି |
ଭାରତର ସର୍ବପ୍ରଥମ ବୃତ୍ତିଗତ ଖୋ ଖୋ ଲିଗ୍, ଅଲ୍ଟିମେଟ୍ ଖୋ ଖୋ, ୨୦୨୨ ମସିହାରେ ଖେଳର ଆଧୁନିକୀକରଣ ଏବଂ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା, ଯାହା ଭାରତର ଅନ୍ୟତମ ପୁରାତନ ଖେଳ ଅଟେ | ଖୋ ଖୋକୁ ଏକ ପ୍ରାଚୀନ ଖେଳ ଭାବରେ ପ୍ରୋତ୍ସାହିତ କରିବା ଏବଂ ପେଶାଗତ ବୃତ୍ତି ପାଇଁ ଏହାର ସର୍ବୋତ୍ତମ ଖେଳାଳିଙ୍କୁ ସୁଯୋଗ ଦେବା ଏହି ଲିଗ୍ ର ଲକ୍ଷ୍ୟ | ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ତଥା ଦକ୍ଷିଣ ଏସିଆରେ ଖୋ ଖୋ ପୁନର୍ବାର ଆରମ୍ଭ ହେବା ପରେ ବୃତ୍ତିଗତ ଲିଗର ପରିଚୟ ମଧ୍ୟ ପାଇଛି |
ରାଜ୍ୟରେ ଖୋ ଖୋ ପ୍ରତିଭା ପ୍ରତିପୋଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ, ନଭେମ୍ବର ୯, ୨୦୨୩ରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋରେ ଏକ ଉଚ୍ଚ-ପ୍ରଦର୍ଶନ କେନ୍ଦ୍ର (ହାଇ -ପଫରମାନ୍ସ ସେଣ୍ଟର ) ପ୍ରତିଷ୍ଠା ପାଇଁ ଓଡିଶା ସରକାରଙ୍କ କ୍ରୀଡ଼ା ବିଭାଗ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ଵାକ୍ଷର କରିଥିଲା । ଓଡିଶାକୁ ଭାରତ ପାଇଁ ଏକ ଖୋ ଖୋ ଉତ୍କର୍ଷତା କେନ୍ଦ୍ରରେ ପରିଣତ କରିବା ହେଉଛି ଏହାର ଉଦ୍ଦେଶ୍ୟ | ଚୁକ୍ତିନାମା ଅନୁଯାୟୀ, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏକ ଖୋ ଖୋ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର (ଏଚପିସି) ର ଭିତ୍ତିଭୂମି ସୃଷ୍ଟି ଏବଂ ତାର ରକ୍ଷଣାବେକ୍ଷଣ ଓଡିଶା ସରକାର କରିବେ, ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆ ଏହି ଉଚ୍ଚ-ପ୍ରଦର୍ଶନ କେନ୍ଦ୍ରକୁ (ହାଇ -ପଫରମାନ୍ସ ସେଣ୍ଟର ) ପରିଚାଳନା କରିବ ଏବଂ ଖୋ ଖୋ ଖେଳାଳୀଙ୍କୁ ତାଲିମ ଦେବ | ଏହି କ୍ରୀଡା ପାଇଁ କୋଚ ମାନଙ୍କୁ ପ୍ରଶିକ୍ଷଣ ଦେବା ଏବଂ ବିକାଶ କରିବା ସହିତ ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦବ |
ଏହି ସହଭାଗୀତା ଉପରେ ଓଡିଶା ସରକାର ଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ କମିଶନର-ତଥା ସଚିବ ଏବଂ ଓଏସଡିପିସି ର ଅଧ୍ୟକ୍ଷ ଶ୍ରୀ ଆର ଭିନିଲ କ୍ରିଷ୍ଣା କହିଛନ୍ତି, “ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ସଂସ୍କରଣରେ ଆମ ଦଳ ଓଡ଼ିଶା ଜଗରନଟ୍ସର ବିଜୟୀ ପ୍ରଦର୍ଶନ ଅତ୍ୟନ୍ତ ପ୍ରେରଣାଦାୟକ ଥିଲା। ଦ୍ୱିତୀୟ ସଂସ୍କରଣ ପାଇଁ ଆମର ଅଂଶୀଦାର ଭାବରେ ପୁନର୍ବାର ଏଏମ୍/ଏନ୍ଏସ୍ ଇଣ୍ଡିଆ କୁ ପାଇ ଆମେ ଆନନ୍ଦିତ | ଚଳିତ ବର୍ଷ ଏହି ଲିଗ୍ ଓଡିଶାରେ ଅନୁଷ୍ଠିତ ହେଉଛି ଏବଂ ଆମ ରାଜ୍ୟର ଲୋକମାନେ ଭାରତର ଏହି ଅନନ୍ୟ ପ୍ରାଚୀନ ଖେଳର କ୍ଷିପ୍ରତା, ଚମତ୍କାରିତା ଏବଂ ରୋମାଞ୍ଚକୁ ବ୍ୟକ୍ତିଗତ ଭାବରେ ଦେଖିପାରିବେ | ଆମ ଦଳ ଓଡିଶା ଜଗରନଟ୍ସକୁ ଶୁଭେଚ୍ଛା ଜଣାଉଛି। ”
ଏହି ଅବସରରେ ଏଏମ୍/ଏନଏସ୍ ଇଣ୍ଡିଆର ମାନବ ସମ୍ବଳ ଏବଂ ଆଡମିନିଷ୍ଟ୍ରେସନ ବିଭାଗର ଉପନିର୍ଦେଶକ କେଇଜି କୁବୋଟା କହିଛନ୍ତି, “ଆମ ଯୁବକମାନଙ୍କର ବିକାଶ ଏବଂ ଏକ ଉନ୍ନତ ବିଶ୍ୱ ସୃଷ୍ଟି କରିବା ପାଇଁ କ୍ରୀଡ଼ା ଉପରେ ଏଏମ୍/ଏନଏସ୍ ଇଣ୍ଡିଆ ଦୃଢ଼ ଭାବରେ ବିଶ୍ୱାସ କରେ। ହକି, ଜିମ୍ନାଷ୍ଟିକ୍, ଖୋଖୋ ଭଳି ଅନେକ କ୍ରୀଡା ଅଭିଯାନରେ ଓଡିଶା ସରକାରଙ୍କ ସହିତ ଭାଗିଦାରୀ କରି ଆମେ ଗର୍ବିତ | ୨୦୨୨ ମସିହାରେ ଅଲ୍ଟିମେଟ୍ ଖୋଖୋର ପ୍ରଥମ ସଂସ୍କରଣରେ ଓଡିଶା ଜଗରନଟ୍ସ ଟିମ୍ ର ମୁଖ୍ୟ ପ୍ରଯୋଜକ ଭାବରେ ଆମେ ସେମାନଙ୍କର ବିଜୟ ପ୍ରଦର୍ଶନ ପାଇଁ ଆନନ୍ଦିତ ଏବଂ ଗର୍ବିତ | ଏହି ଦଳ ଉପରେ ଆମର ଦୃଢ଼ ବିଶ୍ୱାସ ରହିଛି ଏବଂ ଦ୍ୱିତୀୟ ସଂସ୍କରଣରେ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ସମର୍ଥନ ଜାରି ରଖିଛୁ ଏବଂ ଓଡିଶା ଜଗରନଟ୍ସକୁ ବହୁତ ଶୁଭେଚ୍ଛା ଜଣାଉଛୁ । ”
କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ଏଏମ୍/ଏନଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ ଏବଂ ହକି ସମେତ ଅନ୍ୟାନ୍ୟ କ୍ରୀଡା ପାଇଁ ଓଡିଶା ସରକାରଙ୍କ ସହିତ ସହଭାଗିତା କରିଛି | ଏଏମ୍/ଏନଏସ୍ ଇଣ୍ଡିଆ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ ଭୁବନେଶ୍ୱର ୨୦୨୧ର ଅଫିସିଆଲ୍ ପାର୍ଟନର ଥିଲା | ଭାରତୀୟ ଜିମ୍ନାଷ୍ଟିକ୍ ଏବଂ ଆମ ରାଜ୍ୟରେ କ୍ରୀଡ଼ାର ସାମଗ୍ରିକ ବିକାଶରେ ଏକ ନୂତନ ଯୁଗ ପାଇଁ ମଞ୍ଚ ସୃଷ୍ଟି କରିଥିବା ଅନ୍ୟ ଏକ ପଦକ୍ଷେପରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ‘ଓଡିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ ଉଚ୍ଚ-ପ୍ରଦର୍ଶନ କେନ୍ଦ୍ର’ (ହାଇ – ପଫରମାନ୍ସ ସେଣ୍ଟର )ପ୍ରତିଷ୍ଠା କରାଯାଇଛି। ଓଡିଶା ସରକାର ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର ଏହି ମିଳିତ ପଦକ୍ଷେପ କେବଳ ଭାରତରେ ଜିମ୍ନାଷ୍ଟିକ୍ ଖେଳକୁ ପ୍ରୋତ୍ସାହନ ନୁହେଁ ବରଂ ଓଡ଼ିଶାକୁ ଏକ ଜିମ୍ନାଷ୍ଟିକ୍ ଉତ୍କର୍ଷତା କେନ୍ଦ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛି। ଏକାଧିକ ଆନ୍ତର୍ଜାତୀୟ ସ୍ତରରେ ଏହି କେନ୍ଦ୍ରର ପ୍ରଭାବ ଅନୁଭବ ହୋଇସାରିଛି | ଏଚପିସିର ଜିମ୍ନାଷ୍ଟମାନେ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଏବଂ ଜିତିଛନ୍ତି ଓ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବ୍ୟାପକ ପ୍ରଶଂସା ଲାଭ କରିଛନ୍ତି, ଯାହା ଶୀର୍ଷ ସ୍ତରର ଆଥଲେଟ୍ସ ସୃଷ୍ଟି ହେବାର ସମ୍ଭାବନାକୁ ଦର୍ଶାଉଛି | ଏଥିରେ ସିଙ୍ଗାପୁରରେ ଦଶମ ସିନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଏସିଆନ୍ ଚାମ୍ପିଅନସିପ୍, ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଜିମ୍ନାଷ୍ଟିକ୍ (ଏଫଆଇଜି) ୱାର୍ଲ୍ଡ ଚ୍ୟାଲେଞ୍ଜ କପ୍ ୨୦୨୩, ହଙ୍ଗେରୀ, ହାଙ୍ଗଜୋଓ, ଏସିଆନ୍ ଗେମ୍ସ ୨୦୨୩ ଏବଂ ଗୋଆରେ ୨୦୨୩ ଜାତୀୟ ଖେଳ ଭଳି ସମ୍ମାନଜନକ ଫୋରମ୍ ଅନ୍ତର୍ଭୁକ୍ତ |