ନବରଙ୍ଗପୁର :୧୬. ୧୨. ୨୩ ଅଶୋକ ସାହୁ, ଶାସକ ପ୍ରଶାସକ -ଜନସାଧାରଣଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡିସେମ୍ବର ୧୬, ୨୦୨୩ ରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଆର୍ଥିକ ସାକ୍ଷରତା ଏବଂ ସଚେତନତା ଉପରେ ଏକ ‘ୱାକାଥନ୍’ ଆୟୋଜିତ କରଯାଇଥିଲା। ଏହି ‘ୱାକାଥନ୍’ ଏସବିଆଇ, ନବରଙ୍ଗପୁର ମୁଖ୍ୟ କାର୍ଯ୍ୟାଳୟ କ୍ୟାମ୍ପସ ରୁ ଆରମ୍ଭ ହୋଇ ଆରସିଡି ହାଇସ୍କୁଲ ପଡ଼ିଆ, ନବରଙ୍ଗପୁର ଠାରେ ଶେଷ ହୋଇଥିଲା ଏବଂ ଏଥିରେ ବିଭିନ୍ନ ଟାର୍ଗେଟ ଗୋଷ୍ଠୀ ଯଥା, ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକ ଇତ୍ୟାଦି ରୁ ପ୍ରାୟ ୨୫୦ ଜଣ ଅଂଶଗ୍ରହଣ କରିଥିଲେ | ‘ୱାକାଥନ୍’ ପରେ ଏକ କ୍ଷେତ୍ର ସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯକ୍ରମ (FLFLE) ଅନୁଷ୍ଠିତ କରାଯାଇଥିଲା ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ସାଇବର ସିକ୍ୟୁରିଟି, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍, ବିଭିନ୍ନ ପ୍ରକାରର ଠକେଇ, ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା ଇତ୍ୟାଦି ଉପରେ ଅଧିବେଶନ ନିଆଯାଇଥିଲା। ଏହି କାର୍ଯକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ଉମାକାନ୍ତ ସାହୁ; ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନବିନ ଚନ୍ଦ୍ର ନାୟକ; ଡିଏସପି ଡ. ଚନ୍ଦ୍ରଶେଖର ହୋତା; ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ପାତ୍ର; ନବରଙ୍ଗପୁର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭାସ୍କରନାଥ ବିଶ୍ୱାଳ; ବରିଷ୍ଠ ନାଗରିକ ସଂଘର ସଭାପତି ଡ. ରାଧାନାଥ ବେହେରା; ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଶ୍ରୀ ସୁନୀଲ ଜାମୁଡ଼ା; ଅଗ୍ରଣୀ ଜିଲ୍ଲା ଅଧିକାରୀ ଶ୍ରୀ ବିନୋଦ କୁମାର ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post