ରାଉରକେଲା ମ୍ଯୁନିସପାଲ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଡ. ଅଜୟ ମିଶ୍ରଙ୍କୁ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା।

0

ରାଉରକେଲା, (ବସନ୍ତ କୁମାର ଜେନା): ମ୍ଯୁନିସପାଲ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ କାର୍ଯ୍ଯଭାର ଗ୍ରହଣ କରିଥିବା ଡ. ଅଜୟ କୁମାର ମିଶ୍ରଙ୍କୁ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସର୍ବପ୍ରଥମେ ଶ୍ରୀ ମିଶ୍ରଙ୍କୁ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସୁନୀଲ କାୟଲଙ୍କ ସମେତ ଅନ୍ୟ ଛାତ୍ରୀମାନେ ତାଙ୍କୁ ଉପଢୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଅଧ୍ଯକ୍ଷ ଡ. ମିଶ୍ର କହିଥିଲେ ଯେ, ସେ ସବୁବେଳେ ଆଲୁମିନି ଆସୋସିଏସନ୍ ସଭ୍ଯମାନଙ୍କ ସହିତ ସମସ୍ତ କାର୍ଯ୍ଯରେ ସହଯୋଗ କରିବେ। ବିଶେଷ କରି ମହାବିଦ୍ୟାଳୟର ସାମୁହିକ ବିକାଶ ଓ ଛାତ୍ରଛାତ୍ରୀମାନଙ୍କ ବିକାଶକୁ ନେଇ ଯେକୌଣସି କାର୍ଯ୍ଯ କଲେ ସେ ସର୍ବଦା ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ବିଶେଷକରି ଏହି ଏହି ଅବସରରେ ବିଭିନ୍ନ ବ୍ଯାଚର ଆଲୁମିନି ଆସୋସିଏସନର ଅଜୟ କୁମାର ପ୍ରଧାନ, ଚଞ୍ଚଲ୍ କେଡିଆ, ସୁଶାନ୍ତ ରାଉତ, ଦିଲ୍ଲୀପ ଶର୍ମା, ରାଜେଶ ବାନାର୍ଜୀ, ରାଜଲକ୍ଷ୍ମୀ ଦାସ, ସୁଶାନ୍ତ ପରିଡା, ଦୁଷ୍ମନ୍ତ ରାଉତରାୟ, ବିକ୍ଷୋଭ ବଳଙ୍କ ସମେତ ଅନ୍ୟାନ୍ୟ ସଦସ୍ଯ ଉପସ୍ଥିତ ଥିଲେ। ତତସହିତ ମହାବିଦ୍ୟାଳୟ ତରଫରୁ ହେମନ୍ତ ପୁହାଣ ଏବଂ ଦିପ୍ତିରଞ୍ଜନ ମହାନ୍ତି ମଧ୍ଯ ଉପସ୍ଥିତ ଥିଲେ।

Leave A Reply

Your email address will not be published.