ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ ପୁରୁଣା ସହରସ୍ଥିତ ଦକ୍ଷିଣକାଳୀ ପଡିଆରେ ମା’ ଦକ୍ଷିଣକାଳୀ ଭଲିବଲ କ୍ଲବ ଆନୁକୂଲ୍ୟରେ ଚତୁର୍ଥ ଶୁଭମ ମେମୋରିଆଲ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି। ଏହି ଅବସରରେ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଷ୍ଟଦିବଶୀୟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଡିସେମ୍ବର ୧୬ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରୁ ୮ଗୋଟି ଦଳ ଅଂଶଗ୍ରହଣ କରିବେ ବୋଲି କ୍ଲବର ସଭାପତି ରାଜା ପଟ୍ଟନାୟକ ଓ ସମ୍ପାଦକ ମାନସ ପ୍ରୀତମ ସୂଚନା ପ୍ରଦାନ କରିଛନ୍ତି। ପୁରୁଣା ସହରର ବହୁ ବ୍ୟକ୍ତି ଏବଂ ଯୁବ ଖେଳାଳୀଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ଦିବସ ଖେଳରେ କୋମଣ୍ଡ ଭଲିବଲ ଆସୋସିଏସନ ଏବଂ ଭାଟସାହି ଭଳିବଲ ଆସୋସିଏସନ ମଧ୍ୟରେ ଖେଳ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.